ETV Bharat / city

ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ସମ୍ପତ୍ତି ଜବତ - ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ

ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ସମ୍ପତ୍ତି ଜବତ କଲା ED । ଅଧିକ ପଢନ୍ତୁ

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ସମ୍ପତ୍ତି ଜବତ କଲା ଇଡି

author img

By

Published : Jul 30, 2022, 2:25 PM IST

Updated : Jul 30, 2022, 3:31 PM IST

କଟକ/ଭୁବନେଶ୍ବର: ଚୌଦ୍ବାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ସମ୍ପତ୍ତି ଜବତ । ପ୍ରଭାତଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ତାଙ୍କର ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଛି । ଅଣ ବ୍ୟାଙ୍କିଙ୍ଗ୍‌ ସଂସ୍ଥା ଜରିଆରେ ଟଙ୍କା ଆଦାୟ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

  • ED has provisionally attached movable as well as immovable assets worth Rs.3,92,20,000/- belonging to Pravat Ranjan Biswal, erstwhile MLA, Cuttack & Media Guru Consultants Pvt. Ltd under PMLA,2002 in a ponzy scam case. With this, total attachment in this case is now Rs.261.92 Cr.

    — ED (@dir_ed) July 30, 2022 " class="align-text-top noRightClick twitterSection" data=" ">

ସିସୋର ଚିଟଫଣ୍ଡ ଠକେଇ ମାମଲାରେ ପ୍ରଭାତଙ୍କ ଆକାଉଣ୍ଟକୁ ହୋଇଥିବା ଆର୍ଥିକ କାରବାର ଖୋଳତାଡ ବେଳେ ସାମ୍ନାକୁ ଆସିଥିଲା ପଞ୍ଜି ସ୍କାମର ଗୁମର । ଯାହାକୁ ଆଧାର କରି ସମ୍ପତ୍ତି ସିଜ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡିର ସୂଚନା ମୁତାବକ ୨୦୦୨ରେ କ୍ରାଇମବ୍ରାଞ୍ଚ EOW ଓ CBI ଚାର୍ଜସିଟି ଆଧାରରେ ଚୌଦ୍ବାର ବିଧାୟକଙ୍କ ଆର୍ଥିକ କାରବାରର ଖୋଳତାଡ କରିଥିଲା ଇଡି । କୋ-ଅପରେଟିଭ ସୋସାଇଟି ମେମ୍ବର ମାନଙ୍କୁ ବିନା ଅନୁମତି ନଥିବା ଅଥବା RBI, NBFC, SEBI ପଞ୍ଜିକୃତ ନଥିବା ପୁଞ୍ଜି ବିନିଯୋଗକାରୀ ସଂସ୍ଥା ସିସୋର ବିନିଯୋଗ ପାଇ ବିଧାୟକ ଜନସାଧାରଣକଙ୍କୁ କହିଥିଲେ।

ଯାହାଙ୍କ ଭରସାରେ ପୁଞ୍ଜି ନିବେଶ କରିଥିଲେ ଲୋକେ। ପରେ ସଂସ୍ଥା ରୁ ୨୫ ଲକ୍ଷ ପରେ ୪କୋଟି ଟଙ୍କା ବିଭିନ୍ନ ପର୍ଯାୟରେ ପ୍ରଭାତଙ୍କ ସହ ଜଡିତ ଥିବା କମ୍ପାନୀ ମିଡିଆ ଗୁରୁ କମ୍ପିନିଉ ଡାଇଭର୍ଟ ହୋଇଥିଲା । ଯାହର ତଦନ୍ତ କରି ଜନସାଧାରଣଙ୍କ ଡିପୋଜିଟ ଟଙ୍କାକୁ ନିଜ ଆକାଉଣ୍ଟ ନେଇ ବ୍ୟବହାର କରିଥିବା ସୁରାକ ପାଇବା ପରେ ଖୋଳତାଡ କରି ସେସବୁ ସମ୍ପତ୍ତିକୁ ମନି ଲଣ୍ଡରି ଆକ୍ଟ ଆଧାରରେ ଜବତ କରିଛି । ତେବେ ପୂର୍ବତନ ବିଜେଡି ବିଧାୟକ ତଥା ବର୍ତ୍ତମାନର ବିଧାୟକଙ୍କ ବାପାଙ୍କ ସମ୍ପତ୍ତି ସିଜ ପରେ ଏବେ ରାଜନୈତିକ ମହଲରେ ଏବେ ଛନକା ପଶିଛି ।

ଏହି ଘଟଣାରେ ଏକ ଟିଭି ଚ୍ୟାନେଲକୁ ହୋଇଥିବା ଆର୍ଥିକ କାରବାରର ବି ସୁରାକ ପାଇଛି ଇଡି । ତେବେ ଏହି ମାମଲାରେ ପୂର୍ବରୁ ସିସୋର ଅନ୍ୟ ହିତାଧିକାରୀଙ୍କୁ ଯାଇଥିବା ସିସୋର ଚିଟଫଣ୍ଡର ୨୫୮କୋଟି ସିଜ କରିସାରିଛି । ସେହିପରି ଇଡି ଅନ୍ୟ ଏକ ମାମଲାରେ ଯାହାକି ହିନ୍ଦୁସ୍ଥାନ ଏରୋ ନୋଟିକ ଲିମିଟେଡର ବେଆଇନ ଅର୍ଥନୈତି କାରବାର ମାମଲାରେ ଭବେନ ମେତ୍ର, ବିପ୍ର ଚରଣ ମହାରଣା, ସଦାନନ୍ଦ ନାୟକ, ଜିସୁଦାନ‌ଖୋସଲା, ଜୟରାମ ଗରଡ, ଜଗନ୍ନାଥ ଆପତ, ସ୍ବର୍ଗତ ଉଧବ ଖୋସଲାଙ୍କ ୨କୋଟି ୩୯ଲକ୍ଷ ୩୮ହଜାର ୬୮୧ଟଙ୍କାକୁ ସିଜ କରିଛି ଇଡି । କମିଶନ ପାଇ ଏପରି ଆର୍ଥିକ ହେରଫେର କରିଥିଲେ ଏହିସବୁ ଅଭିଯୁକ୍ତମାନେ । ଯାହାକୁ ନେଇ ୨୦୦୨ରେ CBIର ଆଣ୍ଟି କରପ୍ସନ ବ୍ୟୁରୋ ଏହି ସବୁ ଅପରାଧୀଙ୍କୁ ଗିରଫ କରିଥିଲା ।

ଇଟିଭି ଭାରତ, କଟକ ଓ ଭୁବନେଶ୍ବର

Last Updated : Jul 30, 2022, 3:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.