ETV Bharat / city

କୋରୋନା କାଳରେ ରୋଜଗାର ଦେଲା ଗୋବର ଦୀପ - cowdung diya is on high demand

କୋରୋନା କାଳରେ ବହୁ ଲୋକ ନିଜର ଚାକିରୀ ତଥା ଜୀବିକା ହରାଇଛନ୍ତି । ତେବେ ଏହି ବିପରୀତ ପରିସ୍ଥିତିରେ ସମ୍ବଲପୁରର ଏମିତି ଏକ ପରିବାର ହେଲା ରଜନୀକାନ୍ତ ପ୍ରସାଦଙ୍କ ପରିବାର । ୟୁ ଟ୍ୟୁବରୁ ଗୋବର ନିର୍ମିତ ଦୀପ ତିଆରି କରି ଏବେ ଆତ୍ମନିର୍ଭରଶୀଳ ହୋଇଛନ୍ତି ।

କୋରୋନା କାଳରେ  ରୋଜଗାର ଦେଲା ଗୋବର ଦୀପ
କୋରୋନା କାଳରେ ରୋଜଗାର ଦେଲା ଗୋବର ଦୀପ
author img

By

Published : Nov 11, 2020, 3:53 PM IST

Updated : Nov 11, 2020, 6:43 PM IST

ସମ୍ବଲପୁର: ଆସୁଛି ଆଲୋକର ପର୍ବ ଦିପାବଳୀ । ଏଥିପାଇଁ ବଜାରରେ ଏବେ ବିଭିନ୍ନ ପ୍ରକାର ଦୀପ ଦେଖିବାକୁ ମିଳୁଛି । ତେବେ ସମ୍ବଲପୁରର ମୁଦୀପଡ଼ାର ଦେଉଲବନ୍ଦର ଏକ ପରିବାର ଏବେ ଗୋବର ନିର୍ମିତ ଦୀପ ତିଆରି କରି ଚର୍ଚ୍ଚା ସାଉଁଟୁଛନ୍ତି । କୋରୋନା କାଳରେ ରଜନୀକାନ୍ତ ପ୍ରସାଦଙ୍କ ପରିବାରର ସ୍ଥିତି ବିଗିଡି ଯାଇଥିଲା । ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କ ଠାରୁ ୟୁ ଟ୍ୟୁବରୁ ଗୋବର ଦୀପ ତିଆରି କରିବାର କୌଶଳ ଶିଖି ଏହି ପରିବାରର ସମସ୍ତ ସଦସ୍ୟ ଗୋବର ଦୀପ ତିଆରି କରୁଛନ୍ତି । ସକାଳ ହେଲେ ଛାତ ଉପରେ ଏକାଠି ହେଉଛନ୍ତି ସାରା ପରିବାର । ଆଉ ତିଆରି କରୁଛନ୍ତି ଭଳିକି ଭଳି ଗୋବର ଦୀପ । ଆଉ ଏହି ଦୀପ ପରିବେଶ ଅନୁକୂଳ ଦୀପ ବୋଲି ଏହାର ଚାହିଦା ମଧ୍ୟ ବଢୁଛି ବୋଲି କହିଛନ୍ତି ଏହି ପରିବାର ।

କୋରୋନା କାଳରେ ରୋଜଗାର ଦେଲା ଗୋବର ଦୀପ

ଏହି ଦୀପ ତିଆରି କରିବାକୁ ଦେଶୀ ଗାଈର ଗୋବରକୁ ପ୍ରଥମେ ସଂଗ୍ରହ କରାଯାଇ ଏହାକୁ ଶୁଖା ଯାଉଛି । ଏହାପରେ ଏହାକୁ ଗୁଣ୍ଡ କରି ପିସା ଯାଇ ଏକ ପାଉଡର ତିଆରି କରାଯାଉଛି । ପରେ ଏହି ପାଉଡରରେ ପିନିସ ନାମକ ଏକ ପାଉଡର ମିଶାଯାଇ ଏହି ମିଶ୍ରଣରୁ ଛାଞ୍ଚ ଦ୍ବାରା ଦୀପ ତିଆରି କରାଯାଉଛି । ଦୀପକୁ ଖରାରେ ଶୁଖାଗଲା ପରେ ଏଥିରେ ବିଭିନ୍ନ ପ୍ରକାର ର ରଙ୍ଗ ବୋଳାଯାଇ ଏହାକୁ ପ୍ରସ୍ତୁତ କରାଯାଉଛି । ଆଗକୁ ଦୀପାବଳୀ ଥିବାରୁ ଏବେ ଏହାର ଚାହିଦା କାହିଁରେ କଣ । ରାଜ୍ୟ ତଥା ରାଜ୍ୟ ବାହାରୁ ଏହି ଦୀପର ଅର୍ଡର ଆସୁଛି । ବର୍ତ୍ତମାନ ଏହି ଗୋବର ଦୀପ ତିଆରି କରି ସମ୍ବଲପୁର ସହରର 12 ଟି ପରିବାର ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

କୋରୋନା କାଳରେ  ରୋଜଗାର ଦେଲା ଗୋବର ଦୀପ
କୋରୋନା କାଳରେ ରୋଜଗାର ଦେଲା ଗୋବର ଦୀପ

ସମ୍ବଲପୁରରୁ ବାଦଶାହା ଜୁଶ୍ମନ ରଣା, ଇଟିଭି ଭାରତ

Last Updated : Nov 11, 2020, 6:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.