ETV Bharat / city

SCBରେ ଯୋଡି ହେଲା ନୂଆ ଅଧ୍ୟାୟ, ଏଣିକି ମାଗଣାରେ ହେବ ECMO ଚିକିତ୍ସା

author img

By

Published : Aug 27, 2021, 12:52 PM IST

Updated : Aug 27, 2021, 1:35 PM IST

ଚିକିତ୍ସା କ୍ଷେତ୍ରରେ ରାଜ୍ୟକୁ ମିଳିଲା ନୂଆ ଉପଲବ୍ଧି । ରାଜ୍ୟରେ ଆରମ୍ଭ ହେଲା ଏକମୋ ସେବା । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ପୂର୍ବଭାରତ ସରକାରୀ ମେଡିକାଲରେ ପ୍ରଥମ, SCBରେ ଲାଗିଲା 9 ଏକମୋ ମେସିନ

କଟକ: ଚିକିତ୍ସା କ୍ଷେତ୍ରରେ ରାଜ୍ୟକୁ ମିଳିଲା ନୂଆ ଉପଲବ୍ଧି । ରାଜ୍ୟରେ ଆରମ୍ଭ ହେଲା ଏକମୋ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକମୋ ମେସିନର ଶୁଭାରମ୍ଭ କରିଛନ୍ତି । ଏହି ମେସିନ କାର୍ଯ୍ୟକାରୀ ହେବା ପରେ ରାଜ୍ୟବାସୀଙ୍କୁ ଆଉ ଏକମୋ ଚିକିତ୍ସା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବନି । ଗୁରୁତର ରୋଗୀ ମାଗଣାରେ ପାଇପାରିବେ ଏକମୋ ଚିକିତ୍ସା ।

SCBରେ ଯୋଡି ହେଲା ନୂଆ ଅଧ୍ୟାୟ, ଏଣିକି ମାଗଣାରେ ହେବ ECMO ଚିକିତ୍ସା

ବହୁ ପ୍ରତୀକ୍ଷାର ଅନ୍ତ ଘଟି ଶେଷରେ ରାଜ୍ୟର ବଡ ମେଡିକାଲ SCBରେ ଏକମୋ ଚିକିତ୍ସା ଆରମ୍ଭ ହୋଇଛି । ଏସସିବିରେ ମୋଟ 9ଟି ଏକମୋ ମେସିନ ରହିଛି । ତେବେ ଏହିଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯ, 'ଏହି ଚିକିତ୍ସା ସବୁଠୁ ବ୍ୟୟବହୁଳ ଚିକିତ୍ସା । ମୁଁ ଏହାକୁ ରାଜ୍ୟବାସୀଙ୍କ ପାଇଁ ସମର୍ପିତ କରୁଛି । ପୂର୍ବଭାରତରେ ଏହା ସବୁଠାରୁ ବଡ ଏକମୋ ୟୁନିଟ । ଗୁରୁତର କୋଭିଡ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡିବନି । ମାଗଣାରେ ଚିକିତ୍ସା ଯୋଗାଇଦେବେ ରାଜ୍ୟ ସରକାର ।'

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡ ଦ୍ବିତୀୟ ଲହର ଭୟାନକ ଥିଲା । ରାଜ୍ୟବାସୀ ଲକଡାଉନରେ ଥିଲେ । ଏବେ ଲକଡାଉନ କୋହଳ ହୋଇଛି । ତଥାପି ବିପଦ ଯାଇନାହିଁ । ଆମକୁ ସତର୍କ ରହିବାକୁ ପଡିବ । ତୃତୀୟ ଲହର ପାଇଁ ବିଶେଷଜ୍ଞମାନେ ସତର୍କ କରାଇଲେଣି । ଶିଶୁମାନେ ସଂକ୍ରମିତ ହେବେ ବୋଲି ଆକଳନ ଚାଲିଛି । ତେଣୁ ଆମକୁ ନିୟମ ମାନିବାକୁ ପଡିବ । ମାସ୍କ ପନ୍ଧିବା ସହ ସାମାଜିକ ଦୂରତା ରଖିବା ପାଇଁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଆଜି(ଶୁକ୍ରବାର) ଏହି ମେସିନର ଶୁଭାରମ୍ଭ କରିଛନ୍ତି । ଏକମୋ ପରିଚାଳନା ପାଇଁ ସ୍ଵତନ୍ତ୍ର ଡାକ୍ତରୀ ଟିମ ଗଠନ ହୋଇଛି । ଜୁଲାଇ 27 ରେ ରାଜ୍ୟକୁ ଏକମୋ ମେସିନ ଆସିଥିଲା । ଆଜି ଉଦଘାଟନ ହେବା ପରେ ଆସନ୍ତାକାଲି( ଶନିବାର) ଠାରୁ ରାଜ୍ୟରେ ମାଗଣା ଏକମା ସେବା ଲାଗୁ ହେବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Aug 27, 2021, 1:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.