ETV Bharat / city

ରାଜନୈତିକ ଚାପରେ ମୋକିମଙ୍କୁ ଅଣଦେଖା କଲା କି କମିଶନରେଟ ପୋଲିସ ! - ବାରବାଟୀ ବିଧାୟକଙ୍କୁ ପୂଜା ବୈଠକକୁ ମିଳିନି ଡକରା

ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ କଟକ-ବାରବାଟୀ ବିଧାୟକଙ୍କୁ ଅଣଦେଖା । ଏହି ବୈଠକରେ ସହରର ସମସ୍ତ ପୂଜା ମଣ୍ଡପର କର୍ମକାର୍ତ୍ତା, ଶାନ୍ତିକମିଟିର କର୍ମକାର୍ତ୍ତା ,ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା ବେଳେ କଟକ ବାରବାଟୀ ବିଧାୟକଙ୍କୁ ନିମନ୍ତ୍ରଣ କରି ନଥିଲା କମିଶନରେଟ ପୋଲିସ ।

ଡିଜାଇନ ଫଟୋ
author img

By

Published : Sep 13, 2019, 7:56 AM IST

କଟକ: ଆଗକୁ ଦଶହରା । ପାର୍ବଣରେ ଅପ୍ରୀତିକର ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ପୂର୍ବ ପ୍ରସ୍ତୁତି ଜୋରସୋର ଚାଲିଛି । ରାଜଧାନୀ ପରେ କଟକରେ ପୂଜା ପ୍ରସ୍ତୁତି ବୈଠକ ସରିଛି । ହେଲେ କଟକ ପୂଜା ପ୍ରସ୍ତୁତି ବୈଠକ ପରେ କେଁ ପସିଛି । କମିଶନରେଟ ପୋଲିସର ଉପରେ ଆଙ୍ଗୁଳି ଉଠିଛି । ଏତେ ବଡ ବୈଠକରେ ସମସ୍ତଙ୍କୁ ଡକାଯାଇଥିଲା ହେଲେ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଅନୁପସ୍ଥତି ଭିନ୍ନ ଦିଗକୁ ଇସାରା କରୁଛି । ଜଣେ ଲୋକପ୍ରତିନିଧିଙ୍କୁ ପୂଜା ମିଟିଂକୁ ନିମନ୍ତ୍ରଣ ନକରିବା କମିଶନରେଟ ପୋଲିସର କାର୍ଯ୍ୟଧାରା ଓ ମତିଗତି ଉପରେ ବିରାଟ ପ୍ରଶ୍ନ ଚିହ୍ନ ଛିଡା କରିଛି ।

ପୂଜା ପ୍ରସ୍ତୁତି ବୈଠକରେ ବାରବାଟୀ ବିଧାୟକଙ୍କୁ ଅଣଦେଖା

ଭାଇଚାର ସହର କଟକରେ ଭାଇଚାରା ଭଙ୍ଗ କରୁଛି କି କମିଶନରେଟ ପୋଲିସ ! ରାଜନୈତିକ ଚାପରେ କାମ କରୁଛି କି କମିଶନରେଟ ପୋଲିସ ! ଏଭଳି ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି ପୂଜା ପ୍ରସ୍ତୁତି ବୈଠକରେ ବିଧାୟକଙ୍କ ଅନୁପସ୍ଥିତି ପରେ । ଦୁର୍ଗାପୂଜା ପାଇଁ ଗୁରୁବାର କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଡକା ଯାଇଥିଲା । ଏହି ବୈଠକରେ ସହରର ସମସ୍ତ ପୂଜା ମଣ୍ଡପର କର୍ମକାର୍ତ୍ତା, ଶାନ୍ତିକମିଟିର କର୍ମକାର୍ତ୍ତା ,ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା ବେଳେ କଟକ ବାରବାଟୀ ବିଧାୟକଙ୍କୁ ନିମନ୍ତ୍ରଣ କରି ନଥିଲା କମିଶନରେଟ ପୋଲିସ ।

ଅନ୍ୟ ଏକ ଘଟଣା କମିଶନରେଟ ପୋଲିସକୁ କାଠଗଡାରେ ଛିଡା କରୁଛି । ଏହି ସମନ୍ବୟ ବୈଠକରେ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀର ପରାଜିତ ବିଜେଡି ପାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ସଭାକୁ ନିମନ୍ତ୍ରଣ କରାଯାଇଥିବା ବେଳେ କେଉଁ ପରିସ୍ଥିତିରେ ଓ କାହିଁକି ବିଜୟୀ ବିଧାୟକଙ୍କୁ ସଭାକୁ ପୋଲିସ ନିମନ୍ତ୍ରଣ କରି ନଥିଲେ ? ଏହା ପଛରେ ଆଉ କିଛି ଉଦ୍ଦେଶ୍ୟ ନାଁ ରାଜନୈତିକ ଚାପରେ ପୋଲିସ ଏପରି କରିଥିଲା ! ବିଧାୟକ କଂଗ୍ରେସ ଦଳର ହୋଇଥିବାରୁ ପୋଲିସ ଶାସକ ଦଳର ଚାପରେ ଏଭଳି କରିଥିଲା କି ? ଏଭଳି ଅନେକ ପ୍ରଶ୍ନ ଚର୍ଚ୍ଚାର ପରିଧିକୁ ଆସିଛି ।

ପୋଲିସ ର ଏଭଳି କାର୍ଯ୍ୟ କୁ ନେଇ ଅନେକ ପୂଜା କମିଟିର କର୍ମକର୍ତ୍ତା ମଧ୍ୟ ନାପସନ୍ଦ କରିବା ସହ ଘଟଣାକୁ ନିନ୍ଦା କରିଛନ୍ତି । ଘଟମା ପରେ କଟକ ବାରବାଟୀ ବିଧାୟକ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ବୈଠକ ସମ୍ପର୍କରେ ପୋଲିସ ନିମନ୍ତ୍ରଣ କରି ନଥିବା ସେ କହିଛନ୍ତି । କାହିଁକି ବୈଠକକୁ ନିମନ୍ତ୍ରଣ କରାଯାଇନଥିଲା ,ସେକଥା ପୋଲିସ କମିଶନର ହିଁ ଉତ୍ତର ଦେଇପାରିବେ ବୋଲି ବିଧାୟକ କହିଛନ୍ତି । ଏକଥା କଟକ ବାସୀ ହିଁ ଜବାବ ଦେବେ ବୋଲି ବିଧାୟକ କହିଛନ୍ତି । ଅନ୍ୟପଟେ ପୋଲିସ କମିଶନରଙ୍କୁ ଏନେଇ ପ୍ରଶ୍ନ କରିବାରୁ ସେ ଏ ସମ୍ପର୍କରେ କିଛି ଜାଣି ନ ଥିବା କହି ଚାଲି ଯାଇଥିଲେ ।

ଏବେ ପ୍ରଶ୍ନ ଉଠୁଛି କମିଶନର ଏହି ବୈଠକ ଡାକାଇ ଥିଲେ । ମାତ୍ର ସ୍ଥାନୀୟ ବିଧାୟକଙ୍କୁ ଭୁଲି ଗଲେ କେମିତି? ଜାଣି ଶୁଣି ଶାସକ ଦଳର ଚାପରେ ରାଜନୈତିକ ଉଦ୍ଦେଶ୍ୟ ରଖି କଟକ ବାରବାଟୀ କଂଗ୍ରେସ ବିଧାୟକଙ୍କୁ ବୈଠକକୁ ଡାକି ନଥିବା ଚର୍ଚ୍ଚା ହେଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଭାଇଚାର ସହର କଟକରେ ଭାଇଚାର ଭଙ୍ଗ କରୁଛି କମିଶନରେଟ ପୋଲିସ।ରାଜନୈତିକ ଚାପ ରେ କାମ କରୁଛି କି କମିଶନରେଟ ପୋଲିସ !ଏଭଳି ଅଭାବନୀୟ କଥା ଦେଖିବାକୁ ଖୋଦ ଭାଇଚାରା ସହର କଟକରେ।ଦଶହରା ପାଇଁ ଆଜି କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଡକା ଯାଇଥିଲା।ଏହି ବୈଠକରେ ସହରର ସମସ୍ତ ପୂଜା ମଣ୍ଡପର କର୍ମକାର୍ତ୍ତା,ଶାନ୍ତିକମିଟି ର କର୍ମକାର୍ତ୍ତା ,ସମସ୍ତ ରାଜନୈତିକ ଦଳ ର ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା ବେଳେ କଟକ ବାରବାଟୀ ବିଧାୟକ ଙ୍କୁ ନିମନ୍ତ୍ରଣ କରି ନଥିଲା କମିଶନରେଟ ପୋଲିସ।ତେବେ ଜାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।
ସବୁଠାରୁ ବଡ଼ କଥା ହେଉଛି, ପୋଲିସ ର ଏହି ସମନ୍ୱୟ ବୈଠକରେ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀ ର ପରାଜିତ ବିଜେଡି ପାର୍ଥି ଦେବାଶିଷ ସାମନ୍ତରାୟ ଙ୍କୁ ସଭାକୁ ନିମନ୍ତ୍ରଣ କରିଥିଲା ବେଳେ
କେଉଁ ପରିସ୍ଥିତିରେ ଓ କାହିଁକି ବିଧାୟକଙ୍କୁ ,ସଭାକୁ ପୋଲିସ ନିମନ୍ତ୍ରଣ କରି ନଥିଲେ ? ଏହା ପଛରେ ଆଉ କିଛି ଉଦ୍ଧେଶ୍ୟ ନାଁ ରାଜନୈତିକ ଚାପରେ ପୋଲିସ ଏପରି କରିଥିଲା ? ବିଧାୟକ କଂଗ୍ରେସ ଦଳ ର ହୋଇଥିବାରୁ ପୋଲିସ ଶାସକ ଦଳ ର ଚାପ ରେ ଏଭଳି କରିଥିଲା କି ? ଏଭଳି ଅନେକ କଥା ଚର୍ଚ୍ଚା ର ଖୋରାଖ ଯୋଗାଇଛି।
ତେବେ ପୋଲିସ ର ଏଭଳି କାର୍ଯ୍ୟ କୁ ନେଇ ଅନେକ ପୂଜା କମିଟିର କର୍ମକର୍ତ୍ତା ମଧ୍ୟ ଘଟଣାକୁ ନାପସନ୍ଦ କରିବା ସହ ଘଟଣାକୁ ନିନ୍ଦା କରିଛନ୍ତି।
ତେବେ କଟକ ବାରବାଟୀ ବିଧାୟକ ଏନେଇ ପ୍ରତିକ୍ରିୟା ରଖିଛନ୍ତି।ବୈଠକ ସମ୍ପର୍କରେ ପୋଲିସ ନିମନ୍ତ୍ରଣ କରି ନଥିବା ସେ କହିଛନ୍ତି।କାହିଁକି ବୈଠକକୁ ନିମନ୍ତ୍ରଣ କରାଯାଇନଥିଲା ,ସେକଥା ପୋଲିସ କମିଶନର ହିଁ ଉତ୍ତର ଦେଇପାରିବେ ବୋଲି ବିଧାୟକ କହିଛନ୍ତି।ଏକଥା କଟକ ବାସୀ ହିଁ ଜବାବ ଦେବେ ବୋଲି ବିଧାୟକ କହିଛନ୍ତି।
ଅନ୍ୟପଟେ ପୋଲିସ କମିଶନର ଙ୍କୁ ଏନେଇ ପ୍ରଶ୍ନ କରିବାରୁ ସେ ଏ ସମ୍ପର୍କରେ କିଛି ଜାଣି ନ ଥିବା ସଫେଇ ଦେଇ ମୁହଁ ଆଡେଇ ଚାଲି ଯାଇଥିଲେ।ଏବେ ପ୍ରଶ୍ନ ଉଠୁଛି କମିଶନର ଏହି ବୈଠକ କୁ ଡାକି ଥିଲା ବେଳେ ସ୍ଥାନୀୟ ବିଧାୟକଙ୍କୁ ଭୂଲି ଗଲେ କେମିତି? ଜାଣି ଶୁଣି ଶାସକ ଦଳ ର ଚାପରେ ରାଜନୈତିକ ଉଦ୍ଧେଶ୍ୟ ରଖି କଟକ ବାରବାଟୀ କଂଗ୍ରେସ ବିଧାୟକ ଙ୍କୁ ବୈଠକକୁ ଡାକି ନଥିବା ଚର୍ଚ୍ଚା ହେଉଛି।

ବାଇଟ - ପି ଏ ସାଙ୍ଗେନାରିଆ,କାର୍ଯ୍ୟକାରୀ ସଭାପତି,କଟକ ମହାନଗର ଶାନ୍ତି କମିଟି ( ଚଷମା ପିନ୍ଧିଥିବା ବୟସ୍କ ବ୍ୟକ୍ତି)।

ବାଇଟ - ଶୁଭାଶିଷ ପଟନାୟକ, ସମ୍ପାଦକ ଷ୍ଟେସନ ବଜାର ପୂଜା କମିଟି( ବିନା ଚଷମା ଯୁବକ )।

ବାଇଟ - ଇଂ ମହମ୍ମଦ ମୋକିମ, ବିଧାୟକ କଟକ ବାରବାଟୀ, ( ହଳଦିଆ ରଙ୍ଗ ସାର୍ଟ)।

ବାଇଟ - ଡ଼ଃ ସୁଧାଂଶୁ ଷଡଙ୍ଗୀ, ପୋଲିସ କମିଶନରଲ

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.