କଟକ: ପୁଣି ହାଇକୋର୍ଟ ଗଲା ଦୁର୍ଗାପୂଜା ମାମଲା । ମୂର୍ତ୍ତି ଉଚ୍ଚତାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା । ଆଜି କଟକରେ ମା'ଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି ।
ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ହାଇକୋର୍ଟରେ ଦାୟର ହେଲା ଜନସ୍ବାର୍ଥ ମାମଲା । ମୂର୍ତ୍ତି ଉଚ୍ଚତା ବୃଦ୍ଧି ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ମୂର୍ତ୍ତି କାରିଗର, ଡେକୋରସନ ଏଜେନ୍ସି, ତାରକସି କାରିଗର । ମୋଟ 35ଟି ସଂଘଙ୍କ ପକ୍ଷରୁ ମାମଲା । ମୂର୍ତ୍ତି ଉଚ୍ଚତା ବୃଦ୍ଧି ନ କଲେ ଆର୍ଥିକ ସହାୟତା ପ୍ରଦାନ ପାଇଁ ପ୍ରାର୍ଥନା ମଣ୍ଡପରେ ଏବଂ ଏହାର ଆଖପାଖରେ 144 ଧାରା ଲାଗୁ କରି ପୂଜା ହେଉ । ମୁଖ୍ୟ ଶାସନ ଓ ସଚିବ ଏସଆରସି ପକ୍ଷଭୁକ୍ତ କରାଯାଇଛି ।
ସୂଚନାଥାଉକି ନିକଟରେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ କଟକରେ ରାଜନୀତି ତେଜିଥିଲା । ବିଭିନ୍ନ ପୂଜା କମିଟି, ସରକାର ଓ ଶାନ୍ତି କମିଟି ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହା ପରେ ୪ ଫୁଟ ମୂର୍ତ୍ତି ଉଚ୍ଚତା ମଧ୍ୟରେ ପୂଜା କରାଯିବା ପାଇଁ ହାଇକୋର୍ଟ କହିଥିଲା । ରାଜ୍ୟ ସରକାର କୋରୋନା କଟକଣା ଅନୁଯାୟୀ ପାଳନ କରିବା ପାଇଁ ରାୟ ଶୁଣାଇଥିଲା ହାଇକୋର୍ଟ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ