କଟକ : ନକଲି ସାମଗ୍ରୀର ହବ ପାଲଟିଛି ସିଲଭରସିଟି । କେତେବେଳେ ନକଲି ଘିଅ କାରଖାନା ଠାବ ହେଉଛି ତ ଆଉ କେତେବେଳେ ନକଲି ସସ ଓ ମସଲା କାରଖାନା । କଟକରେ ନକଲି ସାମଗ୍ରୀକୁ ବନ୍ଦ କରିବା ପାଇଁ ସିଏମସି ଏନଫୋର୍ସମେଣ୍ଟ ସ୍କାର୍ଡ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ । ଆଜି (ସୋମବାର) ସିଏମସି ଏନଫୋର୍ସମେଣ୍ଟ ସ୍କାର୍ଡ ମାଲଗୋଦାମ ଥାନା ପକ୍ଷରୁ ମାଲଗୋଦାମ ଅଞ୍ଚଳରେ ଥିବା ବିଭିନ୍ନ ଜରି ଗୋଦାମ ଉପରେ ଚଢ଼ାଉ କରାଯାଇଥିଲା ।
ଏଥିରେ ଗୋଟିଏ ଗୋଦାମକୁ ସିଲ କରାଯିବ ସହିତ 20 କ୍ୟୁଣ୍ଟାଲରୁ ଅଧିକ ସିଙ୍ଗଲ୍ ୟୁଜ୍ ପଲିଥିନ୍ (single use Polythene) ଜବତ ହୋଇଛି । ଯାହା 2018 ମସିହାରୁ ବ୍ୟାନ ରହିଛି । ଏହି ଘଟଣାରେ ଗୋଦାମ ମାଲିକଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି । ଏହି ନକଲି ପଲିଥିନ ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି ସିଏମସି ଡେପୁଟି କମିଶନର ଅବିନାଶ ରାଉତ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ