ETV Bharat / city

ନକଲି ଡାଲି ଓ ଜର୍ଦ୍ଦାକୁ ପୋତିଲା CMC - ଜର୍ଦ୍ଦାକୁ ମାଟିରେ ମିଶାଇଲା ସିଏମସି

8 ଲକ୍ଷ ଟଙ୍କାର ନକଲି ଡାଲି, ଜର୍ଦ୍ଦା ଓ ପାନ ମସଲାକୁ ଗାତ ଖୋଳି ପୋତିଲା ସିଏମସି । ଅଧିକ ପଢନ୍ତୁ

ନକଲି ଡାଲି ଓ ଜର୍ଦ୍ଦାକୁ ମାଟିରେ ପୋତିଲା CMC
ନକଲି ଡାଲି ଓ ଜର୍ଦ୍ଦାକୁ ମାଟିରେ ପୋତିଲା CMC
author img

By

Published : Jul 24, 2022, 5:02 PM IST

କଟକ : ନକଲି ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି ସିଲଭର ସିଟି । ଗତ କିଛି ଦିନ ଧରି ଏଠାରୁ ଲଗାତର ଭାବେ ଜବତ ହୋଇଛି ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ । କଟକ ଜଗତପୁର ଅଞ୍ଚଳ ହେଉ କି ମାଲଗୋଦାମ ଅଞ୍ଚଳ । ଏଠାରୁ ଅଧିକାଂଶ ସମୟରେ ନକଲି ସାମଗ୍ରୀ ଜବତ କରୁଛି ସିଏମସି(CMC) ।

ନକଲି ଡାଲି ଓ ଜର୍ଦ୍ଦାକୁ ପୋତିଲା CMC

ଗତ କିଛି ଦିନ ପୂର୍ବରୁ ମାଲଗୋଦାମ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରେଡ କରାଯାଇଥିଲା । ଏଠାରୁ ଶହେ ବସ୍ତା ଅପମିଶ୍ରିତ ଡାଲି ଜବତ କରିଥିଲା ସ୍ବାସ୍ଥ୍ୟ ବିଭାଗ । ଜବତ ହୋଇଥିବ କୁଇଣ୍ଟାଲ କୁଇଣ୍ଟାଲ ନକଲି ଡାଲିକୁ ଆଜି ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିଏମସି କର୍ତ୍ତୃପକ୍ଷ ଜଗତପୁର ଶିଳ୍ପାଞ୍ଚଳରେ ପୋତି ଦେଇଛନ୍ତି । ସେହିପରି ପୂର୍ବରୁ ବାଦାମବାଡି ଥାନା ଅଞ୍ଚଳରୁ ଜବତ ହୋଇଥିବା ନକଲି ଜର୍ଦ୍ଦା ଏବଂ ଜଗତପୁର ଥାନା ଅଞ୍ଚଳରୁ ଜବତ ହୋଇଥିବା ପାନ ମସଲାକୁ ସିଏମସି ପୋତି ଦେଇଛି । ଏସବୁ ସାମଗ୍ରୀର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସିଏମସି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

ସେପଟେ ସିଏମସି ଅଞ୍ଚଳର ବିଭିନ୍ନ ସ୍ଥାନରେ ନକଲି ସାମଗ୍ରୀର ବିକ୍ରୟ ହେଉଥିବା ନେଇ ଅଭିଯୋଗ ଆସିଛି । ସେହି ସବୁ ଅଭିଯୋଗର ଯାଂଚ ହେଉଛି, ଯାଂଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମସି ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.