କଟକ: ଜିଲ୍ଲାରେ ଅନୁଷ୍ଠିତ ହୋଇଛି ଐତିହାସିକ ଦୋଳ ମେଲଣ । ବାସ୍ତରୀ ସଂକୀର୍ତନ ମଣ୍ଡଳୀ ପକ୍ଷରୁ ଆୟୋଜିତ 25, 22, 19, 16 ଦିଗଭାଗ ସଂକୀର୍ତ୍ତନ ମଣ୍ଡଳୀର ସହଯୋଗରେ 108ରୁ ଊର୍ଦ୍ଧ୍ବ ଦୋଳ ବିମାନ ଏକତ୍ରିତ ହୋଇ ସହର ଭ୍ରମଣ କରିଛନ୍ତି । ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ଏହି ଯାତ୍ରା ଆଜି ଅନୁଷ୍ଠିତ ହୋଇଛି ।
ଦୋଳମୁଣ୍ଡାଇ ପଡିଆରେ ପ୍ରଥମେ ଏକତ୍ରିତ ହୋଇ ଏହାପରେ ସହରର ଭ୍ରମଣ ପାଇଁ ବାହାରିଥିଲା ବିମାନ । ପ୍ରଥମେ ସାନ୍ତସାହି, ବଜ୍ରକବାଟି, ରାଣୀହାଟ, ମଙ୍ଗଳାବାଗ, ମଣିସାହୁ ଛକ, ବେପାରୀ ସହି, କୁମ୍ଭାର ସାହି ଦେଇ 72 ମଠରେ ପହଁଚିଥିଲା ସମସ୍ତ ଦୋଳ ବିମାନ । ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ଏହି ଯାତ୍ରା ଆଜି ଅନୁଷ୍ଠିତ ହୋଇଛି ।
କଟକ ସହରର ମୁରବି ଓ ପୂଜା କମିଟି ସଦସ୍ୟ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ତେବେ ଦୁଇ ବର୍ଷ ହେବ କୋଭିଡ ପାଇଁ ଏହି ମେଲଣ ଉପରେ କଟକଣା ଲାଗିଥିଲା ବେଳେ କିନ୍ତୁ ଚଳିତ ବର୍ଷ ଏହା ଧୂମଧାମରେ ପାଳନ କରିଛନ୍ତି କଟକିଆ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ