କଟକ: କଟକ ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ଖୋଲିଲା ଜଳ ଛତ୍ର । ତିନି ଦିନ ହେବ ରାଜ୍ୟରେ ପ୍ରବଳ ରୌଦ୍ରତାପ ଲାଗି ରହିଥିବା ବେଳେ କଟକରେ ବିଭିନ୍ନ ସଂଗଠନ ପକ୍ଷରୁ ଜଳଛତ୍ରର ଆୟୋଜନ କରାଯାଇଛି । କଟକ ଜିଲ୍ଲା କ୍ରୀଡ଼ା ସଂସଦ ମଧ୍ୟ ଜଳ ବଣ୍ଟନ ପାଇଁ ଆଗଇ ଆସିଛି ।
ବାଦାମବାଡ଼ିରେ ଏକ ସ୍ୱତନ୍ତ୍ର ଜଳଛତ୍ର ଉଦ୍ଘାଟନ କରିଛନ୍ତି କଟକ ଡିସିପି ପ୍ରତୀକ ସିଂ ଓ କ୍ରୀଡ଼ା ସଂସଦର ସମ୍ପାଦକ ଆଶୀର୍ବାଦ ବେହେରା । କଟକରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ପର୍ଯ୍ୟନ୍ତ ଅଧିକରୁ ଅଧିକ ସଂଗଠନ ଜଳଛତ୍ର ଖୋଲିବା ପାଇଁ DCP ଅନୁରୋଧ କରିଛନ୍ତି ।
ଏଥିସହିତ ଲୋକମାନେ ମଧ୍ୟ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ଡିସିପି । କଟକରେ ମୋଟ ୫୯ଟି ୱାର୍ଡରେ ଜଳଛତ୍ର ଖୋଲିବାକୁ ସିଏମସିକୁ ଅନୁରୋଧ କରିଛି କଟକ ଜିଲ୍ଲା କ୍ରୀଡ଼ା ସଂସଦ । ଯାହାଦ୍ୱରା ଏହି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହର ସଠିକ ମୁକାବିଲା ହୋଇପାରିବ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ