ETV Bharat / city

Dhinkia Unrest: ଜିଲ୍ଲାପାଳଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଲେ ହାଇକୋର୍ଟ - ପାନ ବରଜ ଭାଙ୍ଗିବା ଖବର

ଢ଼ିଙ୍କିଆ ବିବାଦ ମାମଲା ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଢ଼ିଙ୍କିଆ ବିବାଦ: ଜିଲ୍ଲାପାଳଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଲେ ହାଇକୋର୍ଟ

author img

By

Published : Jan 20, 2022, 4:43 PM IST

Updated : Jan 20, 2022, 7:18 PM IST

କଟକ: ହାଇକୋର୍ଟରେ ଢ଼ିଙ୍କିଆ ବିବାଦ ମାମଲା । ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜଗତସିଂହପୁର ଜିଲ୍ଲାପାଳଙ୍କୁ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜାନୁଆରୀ ୩୧ ତାରିଖ ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି ।

ସେହିପରି ଏହି ଘଟଣାରେ ଆଇନଜୀବୀ କ୍ଷୀରୋଦ ରାଉତଙ୍କ ପକ୍ଷରୁ ଆଜି(ଗୁରୁବାର) ଆଉ ଏକ ଅତିରିକ୍ତ ସତ୍ୟପାଠ ଦାଖଲ କରାଯାଇଛି । ପୋଲିସ ଭୟରେ ଗ୍ରାମବାସୀ ଉପଯୁକ୍ତ ଚିକିତ୍ସା ପାଇପାରୁନଥିବା ନେଇ ସତ୍ୟପାଠରେ ଦର୍ଶାଯାଇଛି । ଆସନ୍ତା ଜାନୁଆରୀ ୩୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଜିଲ୍ଲାପାଳଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଲେ ହାଇକୋର୍ଟ

ଏହା ମଧ୍ୟ ପଢନ୍ତୁ:- ହାଇକୋର୍ଟରେ ଢିଙ୍କିଆ ପ୍ରସଙ୍ଗ, ଉପଯୁକ୍ତ କ୍ଷତିପୂରଣ ପାଇଁ ଆବେଦନ

ସୂଚନାଯୋଗ୍ୟ ଯେ, ଢ଼ିଙ୍କିଆ ପାନ ବରଜ ଭଙ୍ଗା ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା । କ୍ଷତିଗ୍ରସ୍ତମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହ ଆହତଙ୍କୁ ମାଗଣାରେ ଚିକିତ୍ସା କରିବା ପାଇଁ ଆବେଦନକାରୀ କୋର୍ଟରେ ପ୍ରାର୍ଥନା କରିଥିଲେ । ଜମି ଅଧିଗ୍ରହଣ ନିୟମ ସଠିକ୍ ପାଳନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଥିଲା । ଏହା ସହ ନୀରପେକ୍ଷ ତଦନ୍ତ, ପୋଲିସ ମୁତୟନ ପ୍ରତ୍ୟାହାର ଏବଂ ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ପାନ ବରଜ ଭଙ୍ଗା ନଯାଉ, ଲୋକଙ୍କୁ ବିସ୍ଥାପିତ କରା ନଯାଉ ବୋଲି କୋର୍ଟରେ ପ୍ରାର୍ଥନା କରାଯାଇଥିଲା ।

ଆଇନଜୀବୀ କ୍ଷୀରୋଦ କୁମାର ରାଉତ, ଦୀପକ କୁମାର ମହାପାତ୍ର ଓ କବିରାଜ ପ୍ରଧାନଙ୍କ ପକ୍ଷରୁ ମାମଲା ଆବେଦନ କରାଯାଇଛି । ଏହାକୁ ଆଇନଜୀବୀ ସୁକାନ୍ତ ଦଳେଇ ପରିଚାଳନା କରିଛନ୍ତି । ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ରାଜସ୍ବ ସଚିବ, JSW, ପୋଲିସ ଡିଜି, ଜଗତସିଂହପୁର ଏସପି, ଏରସମା ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 20, 2022, 7:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.