କଟକ: ଡିଜି ଡାକିଲେ ସମୀକ୍ଷା ବୈଠକ । ଭିସି ଜରିଆରେ ଅତରିକ୍ତ ଡିଜି ରେଳବାଇ, ପୋଲିସ କମିଶନର, ଅତରିକ୍ତ ଡିଜି ଗୁଇନ୍ଦା ,ରାଜ୍ୟ ର ସମସ୍ତ ରେଞ୍ଜ ଆଇଜି ଓ ଡ଼ିଆଇଜି ,ଡିସିପି କଟକ ଭୁବନେଶ୍ୱର ଓ ଅନ୍ୟାନ୍ୟ ଉଚ୍ଚ ପଦସ୍ତ ଅଧକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କଲେ ଡିଜି ଅଭୟ ।

ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେଲା ଆଲୋଚନା । ପ୍ରମୁଖ ପ୍ରସଙ୍ଗ ରେ ଅତରିକ୍ତ ମାନବ ସମ୍ବଳ ପ୍ରଦାନ କରି ରାଜ୍ୟର ସମସ୍ତ ଥାନାକୁ କରାଯିବ ସସକ୍ତ । ଏହାସହ କାର୍ଯ୍ୟାଳୟର ଦୈନନ୍ଦିନ କାର୍ଯ୍ୟକଲାପରେ ପରିଵର୍ତନ ଆଣିବା ଯଥା ସମାଜିକ ଦୂରତ୍ୱ , ଗିରଫ ଅନୁସନ୍ଧାନ ସମୟରେ ଯଥେଷ୍ଟ ପରିମାଣର ସତର୍କତା ଅବଲମ୍ବନ କରିବା ଇତ୍ୟାଦି ।ଏହାବ୍ୟତୀତ କୋଭିଡ 19 ନିୟମ କୁ କଡାକଡି ପାଳନ କରିବା , ସଚେତନତା ସୃଷ୍ଟି କରିବା ଓ ଜନହିତେସି କାର୍ଯ୍ୟ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ ଡିଜିଙ୍କ ପରାମର୍ଶ ।
ଏହାଛଡା ପୋଲିସ କର୍ମଚାରୀଙ୍କ ବିଭିନ୍ନ ପ୍ରସଙ୍ଗ, ନିର୍ଭୟା ପାଣ୍ଠିରୁ ବିଭିନ୍ନ ଥାନା ପାଇଁ ସରଞ୍ଜାମ କ୍ରୟ କରିବା ଓ ସିସିଟିଏନଏସ ପ୍ରସଙ୍ଗ ଶେଷରେ ବ୍ୟକ୍ତିଗତ ସୁରକ୍ଷା ସାରଞ୍ଜମ ଓ ଅନ୍ୟାନ୍ୟ ଉପକରଣ ଓ ସାନିଟାଇଜରର ଯୋଗାଣ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ