ETV Bharat / city

ନବୀନ-ପ୍ରଶାସନିକ ଅଧିକାରୀ ଭେଟଘାଟ, ଏଥିରେ ରାଜନୀତି ନଥିବା କହିଲେ ଦେବାଶିଷ

author img

By

Published : Mar 29, 2022, 11:02 AM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶାସନିକ ଅଧିକାରୀଙ୍କ ଶୁଭେଚ୍ଛା ଜଣାଇବା ଘଟଣା । ଏଥିରେ କୌଣସି ରାଜନୀତି ନଥିବା କହିଲେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଅଧିକ ପଢନ୍ତୁ

ନବୀନ-ପ୍ରଶାସନିକ ଅଧିକାରୀ ଭେଟଘାଟ, ଏଥିରେ ରାଜନୀତି ନଥିବା କହିଲେ ଦେବାଶିଷ
ନବୀନ-ପ୍ରଶାସନିକ ଅଧିକାରୀ ଭେଟଘାଟ, ଏଥିରେ ରାଜନୀତି ନଥିବା କହିଲେ ଦେବାଶିଷ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶାସନିକ ଅଧିକାରୀମାନଙ୍କ ଶୁଭେଚ୍ଛା ଘଟଣା । ଅଫିସରମାନଙ୍କ ଏପରି ଶୁଭେଚ୍ଛା ପାଇଁ ବିରୋଧିଙ୍କ ସମାଲୋଚନା ଉପରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ବିଧାୟକ ତଥା କଟକ ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ । ଭୋଟ ଦେବା ସମସ୍ତଙ୍କର ମୌଳିକ ଅଧିକାର । ପଞ୍ଚାୟତ ନିର୍ବାଚନ ଓ ସମସ୍ତ ପୌର ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିଥିଲା । ସେଥିପାଇଁ ସେମାନେ ଅଭିନନ୍ଦନ ଜଣାଇବାକୁ ଯାଇଥିଲେ । ଏଥିରେ ଅସୁବିଧା କେଉଁଠି ରହିଲା ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି ।

ନବୀନଙ୍କୁ ପ୍ରଶାସନିକ ଅଧିକାରୀଙ୍କ ଶୁଭେଚ୍ଛା, ଏଥିରେ ରାଜନୀତି ନଥିବା କହିଲେ ଦେବାଶିଷ

ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ ଆହୁରି ଭଲ କାମ କରିବାକୁ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏଥିରେ କୌଣସି ରାଜନୀତି ନାହିଁ ବୋଲି ସଫେଇ ଦେଇଛନ୍ତି ଦେବାଶିଷ । ତେବେ ଏଭଳି ଅଭିଯୋଗ ଘଟଣାକୁ ନେଇ ସେ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ଉତ୍ତରପ୍ରଦେଶରେ ଏବଂ ମଣିପୁରରେ ସମାନ ଘଟଣା ଘଟିଥିବାର କହି ବିଜେପିକୁ ପାଲଟା ଜବାବ ଦେଇଛନ୍ତି ଦେବାଶିଷ ସମାନ୍ତରାୟ ।

ଉଲ୍ଲେଖଯୋଗ୍ୟ, ପୌର ନିର୍ବାଚନରେ ବିଜେଡ଼ିର ବିପୁଳ ବିଜୟ ହୋଇଛି । ଏହି ବିଜୟ ପାଇଁ କିଛି ପ୍ରଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଭେଟଘାଟକୁ ତୀବ୍ର ନିନ୍ଦା କରିଥିଲା ବିଜେପି । ଓଡ଼ିଶାରେ ଏହା ଏକ ଅଭାବନୀୟ ସ୍ଥିତି ସୃଷ୍ଟି କରିଛି । ପ୍ରଶାସନିକ ଇତିହାସରେ କଳଙ୍କର ଦାଗ ସୃଷ୍ଟି ହୋଇଛି ବୋଲି ବିଜେପି ସାମ୍ବାଦିକ ସମ୍ମିଳନୀ କରି କହିଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.