କଟକ : ଗତକାଲି ସୁତାହାଟ ଖ୍ରୀଷ୍ଟିଆନ ସାହିରେ ଜଣେ ଯୁବତୀଙ୍କ ଜୀଅନ୍ତା ଜଳି ଯିବା ଘଟଣାରେ ତଦନ୍ତ କରାଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି । କେଉଁ ପରିସ୍ଥିତିରେ ଘରେ ନିଆଁ ଲାଗିଥିଲା ସେନେଇ ତଦନ୍ତ କରାଯିବ । ଉଭୟ ବିଦ୍ୟୁତ ବିଭାଗ ଏବଂ ଅଗ୍ନିଶମ ବିଭାଗ ତଦନ୍ତ କରି ରିପୋର୍ଟ ଦାଖଲ କରିବେ ବୋଲି ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
ପ୍ରାଥମିକ ତଦନ୍ତରୁ ଅଗ୍ନିକାଣ୍ଡ ଯୋଗୁଁ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ଏନେଇ କୌଣସି ଅଭିଯୋଗ ହୋଇନଥିବା ଡିସିପି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଗତକାଲି ସୁତାହାଟ ଖ୍ରୀଷ୍ଟିଆନ ସାହିରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ଜଣେ ୨୨ ବର୍ଷୀୟା ଯୁବତୀ ଜୀଅନ୍ତା ଜଳି ଯାଇଥିଲେ । ତେବେ କିପରି ଘରେ ଅଗ୍ନିକାଣ୍ଡ ଘଟିଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଇଟିଭି ଭାରତ, କଟକ