ETV Bharat / city

କ୍ରାଇମ ରୋକିବ କଟକରେ ଦୁଇ ନୂଆ ଥାନା

author img

By

Published : Dec 30, 2021, 6:53 AM IST

କଟକରେ ୨ଟି ଅପରାଧ ନିୟନ୍ତ୍ରଣ ଓ ଅର୍ଥନୈତିକ ଅପରାଧ(Cyber And Economic Offence Police Station) ଥାନା ଉଦଘାଟିତ । ଅଧିକ ପଢନ୍ତୁ

କ୍ରାଇମ ରୋକିବ କଟକରେ ଦୁଇ ନୂଆ ଥାନା
କ୍ରାଇମ ରୋକିବ କଟକରେ ଦୁଇ ନୂଆ ଥାନା

କଟକ: ସହରାଞ୍ଚଳ ପୋଲିସ ଅଧୀନରେ ଯୋଡି ହେଲା ଆଉ ଦୁଇଟି ନୂଆ ଥାନା । ଆଜି(ବୁଧବାର) ଭର୍ଚୁଆଲ ମାଧ୍ୟମରେ ଏହି ଦୁଇଟି ଅପରାଧ ନିୟନ୍ତ୍ରଣ ଓ ଅର୍ଥନୈତିକ ଅପରାଧ(Cyber Crime And Economic Offence Police Station) ଥାନାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିଡ଼ିଓ କନଫରେନ୍ସିଂ କକ୍ଷରେ ଆୟୋଜିତ ଏହି ଭର୍ଚୁଆଲ ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ, ଡ଼ିସିପି ପ୍ରତୀକ ସିଂ ଓ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଉପସ୍ଥିତ ଥିଲେ ।

କ୍ରାଇମ ରୋକିବ କଟକରେ ଦୁଇ ନୂଆ ଥାନା

କଟକ ସଦର ଥାନା ଅଧୀନରେ ଥିବା ୪୨ ମୌଜା ବେଣ୍ଟକାର ଅଞ୍ଚଳରେ ଦୀର୍ଘଦିନ ହେଲା ଥାନା ପ୍ରତିଷ୍ଠା କରିବା ପାଇଁ ଦାବି ହୋଇ ଆସୁଥିଲା । ସଦର ଥାନା ବହୁତ ଦୂର ହେଉଥିବାରୁ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା । ତେଣୁ ଏହି ଥାନା ପ୍ରତିଷ୍ଠା ହେବା ଫଳରେ ଅଞ୍ଚଳବାସୀ ଉପକୃତ ହେବେ ବୋଲି କହିଛନ୍ତି ବିଧାୟକ ଚନ୍ଦ୍ରସାରଥୀ ବେହେରା । ସେହିଭଳି ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଇବାକୁ ଲାଗି ଥିବାବେଳେ ସାଇବର ଥାନା ବେଶ ସହାୟକ ହେବ ବୋଲି କହିଛନ୍ତି କଟକ ଡ଼ିସିପି । ଏହି ଦୁଇଟି ଥାନା ପ୍ରତିଷ୍ଠା ହେବା ଫଳରେ ଜନସାଧାରଣଙ୍କୁ ନ୍ୟାୟ ମିଳିବାରେ ବେଶ ସହାୟକ ହେବ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.