ETV Bharat / city

ସନ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା: ତଦନ୍ତ ଆରମ୍ଭ କଲା ଅଗ୍ନିଶମ ବିଭାଗର ସ୍ବତନ୍ତ୍ର ଟିମ - ସନ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା

କଟକର ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା ସନ ହସ୍ପିଟାଲରେ ସୋମବାର ଘଟିଥିବା ଅଗ୍ନିକାଣ୍ଡ ଘଟଣାର ଖିଅ ଖୋଜିବାକୁ ଆରମ୍ଭ କରିଛି ଅଗ୍ନିଶମ ବିଭାଗର ସ୍ବତନ୍ତ୍ର ଟିମ । ଅଧିକ ପଢନ୍ତୁ...

ସନ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା
ସନ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା
author img

By

Published : Feb 2, 2021, 7:55 PM IST

କଟକ: ସନ ହସ୍ପିଟାଲ ନିରାପତ୍ତାକୁ ନେଇ ଉଠିଲା ବଡ଼ ପ୍ରଶ୍ନ । କଟକର ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା ସନ ହସ୍ପିଟାଲରେ ସୋମବାର ଘଟିଥିବା ଅଗ୍ନିକାଣ୍ଡ ଘଟଣାର ଖିଅ ଖୋଜିବାକୁ ଆରମ୍ଭ କରିଛି ଅଗ୍ନିଶମ ବିଭାଗର ସ୍ବତନ୍ତ୍ର ଟିମ ।

ସନ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା

୩ଜଣିଆ ଟିମ ଆସି ମଙ୍ଗଳବାର ସନ ହସ୍ପିଟାଲରେ ପହଞ୍ଚି ସେଠାକାର ସ୍ଥିତିକୁ ଅନୁଧ୍ୟାନ କରିବା ସହ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତନ୍ନତନ୍ନ କରି ସବୁକିଛି ଯାଞ୍ଚ କରିଛନ୍ତି । ପ୍ରାଥମିକ ତଦନ୍ତରେ ନିଆଁ ଲାଗିବାର କାରଣ ସଟ ସର୍କିଟ ବୋଲି ଜାଣିବାକୁ ପାଇଛି ଟିମ ।

ଡେପୁଟି ଫାୟାର ଅଫିସର ଟି.କେ ବାବୁଙ୍କ ନେତୃତ୍ବରେ ଆସିଥିବା ଏହି ଟିମ ହସ୍ପିଟାଲର ବିଭିନ୍ନ ମହଲାରେ ବୁଲି ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ । ବିଶେଷ କରି ସୋମବାର ନିଆଁ ଲାଗିଥିବା ୫ ମହଲାରେ ଅଗ୍ନିକାଣ୍ଡ କଣ କିପରି ଘଟିଲା ତାହାକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲା ଏହି ଟିମ । ତେବେ ପ୍ରାଥମିକ ତଦନ୍ତରେ ନିଆଁ ଲାଗିବାର କାରଣ ସଟ ସର୍କିଟ ବୋଲି କହିଛନ୍ତି ଡେପୁଟି ଫାୟାର ଅଫିସର ।

ଏଠାରେ ଯାହା ବ୍ୟବସ୍ଥା ରହିବା କଥା ତାହାର ଏକ ତାଲିକା ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି ଆଉ ତାହାକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅଗ୍ନିଶମ ବିଭାଗ ପକ୍ଷରୁ ଦିଆଯାଉଥିବା ପ୍ରଶିକ୍ଷଣ ଫାଇଦା ନିଶ୍ଚିତ ରୂପେ ମିଳିଛି ବୋଲି କହିଛନ୍ତି ଡେପୁଟି ଫାୟାର ଅଫିସର ଟି.କେ ବାବୁ ।

ଏବେ ହସ୍ପିଟାଲଗୁଡିକରେ ଘଟୁଥିବା ଅଗ୍ନିକାଣ୍ଡରେ କାଜୁଆଲଟି ନାହିଁ । ଆଉ ଏହା କେବଳ ଉଦ୍ଧାରକାର୍ଯ୍ୟ ପାଇଁ ଅଗ୍ନିଶମ ବିଭାଗ ଦେଇଥିବା ପ୍ରଶିକ୍ଷଣର ପ୍ରଭାବ ବୋଲି ସେ କହିଛନ୍ତି । ତେବେ ଏହି ତଦନ୍ତ ବାବଦରେ ଟିମ ଉଚ୍ଚ ଅଧିକାରୀ ଏକ ରିପୋର୍ଟ ପ୍ରଦାନ କରିବ ବୋଲି ସେ କହିଛନ୍ତି ।

କଟକରୁ ନାରାୟଣ ସାହୁ ଓ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.