କଟକ: ଥମୁନାହିଁ ଏସସିବି ନର୍ସିଂ କଲେଜ ବିବାଦ। କଲେଜ ଅଧ୍ୟକ୍ଷାଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀ ଆନ୍ଦୋଳନରେ ବସିଥିବାବେଳେ କୋରୋନା ସଂକ୍ରମଣ ବ୍ୟାପିବା ଆଳରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କଲେଜ ବନ୍ଦ ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ତେବେ ଏହାକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି ନର୍ସିଂ ଛାତ୍ରଛାତ୍ରୀ । ଏସସିବି କ୍ୟାମ୍ପସରେ ବିଭିନ୍ନ ବିଭାଗ ରହିଛି । ସେଠାରେ କୌଣସି ବିଭାଗ ବନ୍ଦ କରାଯାଇନଥିବାବେଳେ ନର୍ସିଂ କଲେଜକୁ କାହିଁକି ବନ୍ଦ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ ।
ସମସ୍ତ ନର୍ସିଂ ଛାତ୍ରଛାତ୍ରୀ ଟିକା ନେଇଛନ୍ତି । ହଷ୍ଟେଲରେ ରହି ପାଠ ପଢିଲେ କୋରୋନା ସଂକ୍ରମଣ କିପରି ବ୍ୟାପିବ ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି । ସେହିପରି ଅଧ୍ୟକ୍ଷା ଜାଣିଶୁଣି ଏପରି ନିଷ୍ପତ୍ତି ନେଇଛନ୍ତି । ତେବେ କୌଣସି ମତେ କେହି ବି ଜଣେ ଛାତ୍ର କିମ୍ବା ଛାତ୍ରୀ ହଷ୍ଟେଲ ଛାଡିବେ ନାହିଁ ବୋଲି କହିଛନ୍ତି।
ଏପରିକି ଦାବି ପୂରଣ ନହେଲେ ଆତ୍ମହତ୍ୟାର ଧମକ ଦେଇଛନ୍ତି ଛାତ୍ରଛାତ୍ରୀ । ଶନିବାର ଛାତ୍ରଛାତ୍ରୀ ହଷ୍ଟେଲ ଆଗରେ ବସି ଆନ୍ଦୋଳନରେ ବସିଥିବାବେଳେ ହାତରେ ଗୋଟିଏ ଗୋଟିଏ ଫିନାଇଲ ଧରି ବସିଛନ୍ତି ।
କଟକରୁ ନାୟାୟଣ ସାହୁ, ଇଟିଭି ଭାରତ