ETV Bharat / city

ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଭେଟିଲେ କଟକ ମେୟର

author img

By

Published : Aug 25, 2022, 11:04 PM IST

Updated : Aug 26, 2022, 2:52 PM IST

ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଭେଟିଲେ କଟକ ମେୟର ସୁବାଷ ସିଂ(Cuttack mayor Subash Singh met Kamala Pujari) । କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ କିପରି ସେ ସୁସ୍ଥ ହେବେ ସେନେଇ ବିଭାଗୀୟ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ।

ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଭେଟିଲେ କଟକ ମେୟର
ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଭେଟିଲେ କଟକ ମେୟର

କଟକ: ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଭେଟିଲେ କଟକ ମେୟର ସୁବାଷ ସିଂ(Cuttack mayor Subash Singh met Kamala Pujari) । କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ କିପରି ସେ ସୁସ୍ଥ ହେବେ ସେନେଇ ବିଭାଗୀୟ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଗତ ଅଗଷ୍ଟ ୨୨ ତାରିଖରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଏହାପରେ ପ୍ରଥମେ ତାଙ୍କୁ ଜଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ପରବର୍ତ୍ତୀ ସମୟରେ ତାଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଅଧିକ ଚିକିତ୍ସା ଆବଶ୍ୟକ ପଡୁଥିବାରୁ ଜିଲ୍ଲା ମୁଖ୍ୟ ଚିିତ୍ସାଳୟ ଡାକ୍ତରୀ ଟିମ୍ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଏହି ପଦକ୍ଷେପ ନିଆଯାଇଥିବା ଡାକ୍ତର ସୂଚନା ଦେଇଥିଲେ । ଗତ କିଛିଦିନ ପୂର୍ବେ କମଳା ପୂଜାରୀଙ୍କୁ ଜ୍ଵର ଝାଡ଼ା ହୋଇଥିଲା । ବୟସ ଅଧିକ ହୋଇଥିବାରୁ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା ଏବଂ ଝାଡା ଜ୍ଵର କମିଯାଇଥିଲା ।

ଆଜି କମଳା ପୂଜାରୀଙ୍କୁ ଭେଟିବା ପରେ କଟକ ମେୟର କହିଛନ୍ତି, "ପଦ୍ମଶ୍ରୀ କମଳା ପୂଜାରୀ କେବଳ କୋରାପୁଟର ନୁହନ୍ତି ସେ ଓଡ଼ିଶା ପାଇଁ ମଧ୍ୟ ଗର୍ବ ଓ ଗୌରବ । ତାଙ୍କ ଚିକିତ୍ସା ପାଇଁ ଏସ୍‌ସିବିର ମେଡିକାଲର ୪ ଜଣିଆ ଡାକ୍ତରୀ ଟିମ ରହିଛନ୍ତି । ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିବା ସହ କିଛି ଟେଷ୍ଟ ରିପୋର୍ଟ ଆସିବା ବାକି ରହିଛି ।"

ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛି ଏସିବି ମେଡିକାଲ। ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଶୀଘ୍ର ସୁଧାର ଆସିବ ଓ ସେ ଏସ୍‌ସିବିରୁ କୋରାପୁଟ ଯାଇପାରେବେ ବୋଲି କହିଛନ୍ତି ମେୟର ।

Last Updated : Aug 26, 2022, 2:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.