ETV Bharat / city

Omicron Scare: ନାଇଜେରିଆ ଫେରନ୍ତାଙ୍କ ନମୁନା ଓମିକ୍ରନ ନୁହେଁ - କଟକ ବିଦେଶ ଫେରନ୍ତା କୋରୋନା ସଂକ୍ରମିତଙ୍କୁ ନେଇ ଏଡିଏମ୍‌ଓଙ୍କ ପ୍ରତିକ୍ରିୟା

କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ନାଇଜେରିଆ ଫେରନ୍ତା ୪୧ ବର୍ଷୀୟ ବ୍ୟକ୍ତି ଓମିକ୍ରନରେ ସଂକ୍ରମିତ ହୋଇ ନାହାନ୍ତି । ସେ ଏବେ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧିନ ରହିଥିବାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ନେଇ କଟକ ଏଡିଏମଓ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

କଟକରୁ ଚିହ୍ନଟ ହୋଇଥିବା ବିଦେଶୀ ଫେରନ୍ତାଙ୍କ ନମୁନା ଓମିକ୍ରନ ନୁହେଁ

author img

By

Published : Dec 20, 2021, 7:26 PM IST

କଟକ: କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ନାଇଜେରିଆ ଫେରନ୍ତା ୪୧ ବର୍ଷୀୟ ବ୍ୟକ୍ତି ଓମିକ୍ରନରେ ସଂକ୍ରମିତ ହୋଇନାହାଁନ୍ତି । ସେ ଏବେ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧିନ ରହିଥିବାବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ କଟକ ଏଡିଏମଓ ସୂଚନା ଦେଇଛନ୍ତି । ସେହିପରି ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ବ୍ୟକ୍ତିଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଛି ।

କଟକରୁ ଚିହ୍ନଟ ହୋଇଥିବା ବିଦେଶୀ ଫେରନ୍ତାଙ୍କ ନମୁନା ଓମିକ୍ରନ ନୁହେଁ

ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଇଛି । ତେବେ ସେମାନଙ୍କର ଆଉଥରେ କୋରୋନା ପରୀକ୍ଷା କରାଯିବା ନେଇ କଟକ ଏଡିଏମଓ ସୂଚନା ଦେଇଛନ୍ତି । ତେବେ ନାଇଜେରିଆ ଫେରନ୍ତା ବ୍ୟକ୍ତିଙ୍କ ଜେନମ ପରୀକ୍ଷା ରିପୋର୍ଟ ଆଉ ଦିନେରୁ ଦୁଇଦିନ ଭିତରେ ଜଣାପଡ଼ିବ ବୋଲି ଏଡିଏମଓ କହିଛନ୍ତି । ସଂକ୍ରମିତଙ୍କୁ ନେଇ କେହି ଭୟଭୀତ ହେବାର ଆବଶ୍ୟକତା ନାହିଁ । ଏପର୍ଯ୍ୟନ୍ତ ରାଜ୍ୟରେ ଓମିକ୍ରନର ଭୟ ଦେଖାଯାଇନାହିଁ ବୋଲି କଟକ ଏଡିଏମ୍‌ଓ କହିଛନ୍ତି ।

ସଂକ୍ରମିତ ବ୍ୟକ୍ତି ଜଣକ କଟକ ଜିଲ୍ଲା ବାହାରର ଲୋକ । ସେ ନାଇଜେରିଆରୁ ଫେରିବା ପରେ କଟକ ଥୋରିଆ ସାହିରେ ଥିବା ଏକ ହୋଟେଲରେ କ୍ଵାରେଣ୍ଟିନରେ ଥିଲେ । ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସନ୍ଦିଗ୍ଧ ବର୍ଗରେ ରଖି ତାଙ୍କର ଜେନମକୁ ପରୀକ୍ଷା ପାଇଁ ପଠାଇବା ସହ ତାଙ୍କୁ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ସହିତ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ କରାଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.