ETV Bharat / city

ସେକ ବାବୁକୁ ଏନକାଉଣ୍ଟର, ପ୍ରତିକ୍ରିୟା ରଖିଲେ କଟକ ଡିସିପି - କଟକ ଏନକାଉଣ୍ଟର ଖବର

ଗୁରୁବାର ଦୁର୍ଦ୍ଦାନ୍ତ ଅପରାଧୀ ସେକ ବାବୁକୁ ଏନକାଉଣ୍ଟର କରିଛି ପୋଲିସ । ଏହି ଘଟଣାରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି । ଅଧିକ ପଢନ୍ତୁ...

cuttack dcp reaction on encounter of seikh babu
ସେକ ବାବୁକୁ ଏନକାଉଣ୍ଟର ନେଇ ପ୍ରତିକ୍ରିୟା ରଖିଲେ କଟକ ଡିସିପି
author img

By

Published : Apr 30, 2021, 4:19 PM IST

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ସେକ ବାବୁକୁ ଗୁରୁବାର ଏନକାଉଣ୍ଟର କରିଛି କମିଶନରେଟ ପୋଲିସ । ଏନେଇ ଆଜି (ଶୁକ୍ରବାର) ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

ସେକ ବାବୁକୁ ଏନକାଉଣ୍ଟର ନେଇ ପ୍ରତିକ୍ରିୟା ରଖିଲେ କଟକ ଡିସିପି

ସେକ ବାବୁ ସକିଲର ଘନିଷ୍ଠ ସହଯୋଗୀ। ବାବୁ ନାମରେ ବିଭିନ୍ନ ଥାନାରେ ୨୦ ରୁ ଅଧିକ ଅପରାଧିକ ମାମଲା ରହିଛି। ଗତବର୍ଷ ଦରଘାବଜାର ଥାନା ଅଞ୍ଚଳରେ ଥିବା ଏକ ଆନନ୍ଦ ସ୍ପୋର୍ଟସ ଦୋକାନରୁ ବଟି ମାଗିଥିଲା। ଏପରିକି ବଟି ନଦେଲେ ଜୀବନରୁ ମାରିଦେଵ ବୋଲି ଧମକ ଦେଇଥିଲା। ଏନେଇ ଦୋକାନ ମାଲିକ ଦରଘାବଜାର ଥାନାରେ ମାମଲା ରୁଜୁ କରିଥିଲେ। ତେବେ ସେବେଠାରୁ ସେକ ବାବୁ ଫେରାର ହୋଇଯାଇଥିଲା। ଗତକାଲି ପୋଲିସ ଖବର ପାଇ ତାକୁ ଗିରଫ କରିବାକୁ ଯାଇଥିବା ବେଳେ ସେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇ ଥିଲା। ଦୁଇ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ। ନିଜର ସୁରକ୍ଷା ପାଇଁ ପୋଲିସ ଗୁଳି ଚଳାଇ ଥିଲା। ଫଳରେ ସେକ ବାବୁର ଡାହାଣ ଗୋଡ ଆଣ୍ଠୁରେ ଗୁଳି ବାଜିଥିଲା।

ତେବେ ବାବୁକୁ ଆହତ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଛି। ସେ ସୁସ୍ଥ ହେବା ପରେ କୋର୍ଟ ଚାଲାଣ କରାଯିବ ବୋଲି କଟକ ଡିସିପି କହିଛନ୍ତି।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.