କଟକ: ଆନନ୍ଦଭବନ ଭିତରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସହ ଅସମ୍ମାନ ଭିଡିଓ ଭାଇରାଲ ଘଟଣାରେ ପ୍ରତିକ୍ରିୟା ରଖିଲେ କଟକ ଡିସିପି । ପ୍ରତିମୂର୍ତ୍ତି ସହ ଅସମ୍ମାନ କରିଥିବା ଯୁବକ ଜଗତସିଂହପୁର ଅଞ୍ଚଳର ଦେବାଶିଷ ବାରିକ ବୋଲି କହିଛନ୍ତି ଡିସିପି।
ପୋଲିସ ଉକ୍ତ ଯୁବକଙ୍କ ବିଷୟରେ ସବିଶେଷ ତଥ୍ୟ ହାସଲ କରିସାରିଥିବାବେଳେ ତା ବିରୁଦ୍ଧରେ ହୋଇଥିବା ଅଭିଯୋଗ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ନିଜର ବ୍ୟବହାର ପାଇଁ ଉକ୍ତ ଯୁବକ ଏକ କ୍ଷମା ପ୍ରାର୍ଥନା ମାଗି ଥିବାର ଭିଡିଓ ପୋଲିସକୁ ହସ୍ତଗତ ହୋଇଥିବା ଜଣାପଡିଛି। ସୂଚନା ଥାଉକି, ରବିବାର ଏ ଘଟଣାକୁ ନେଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏତଲା ଦାୟର କରାଯାଇଥିଲା।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ