କଟକ: କୋରୋନା କାଳରେ ଜେଇ ଓ ନିଟ୍ ପରୀକ୍ଷା ବାତିଲ କରିବାକୁ ଦାବି କରିଛି କଂଗ୍ରେସ । ଏନେଇ କଟକ ନଗର କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ବିରୋଧ ପ୍ରଦର୍ଶନ କରାଯାଇଛି ।
କଟକ ବାରବାଟି ବିଧାୟକ ତଥା ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତୁରନ୍ତ ଏହି ନିଷ୍ପତିକୁ ପ୍ରତ୍ୟାହାର କରିବାକୁ କଂଗ୍ରେସ ଦାବି କରିଛି । ତେବେ ଦାବି ପୂରଣ ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
ଜେଇ ଓ ନିଟ୍ ପରୀକ୍ଷାରେ ଲକ୍ଷାଧିକ ଛାତ୍ରଛାତ୍ରୀ ଭାଗ ନେବେ । କୋରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ଏଭଳି ସ୍ଥିତିରେ ପରୀକ୍ଷା କରାଯିବା ଛାତ୍ରଛାତ୍ରୀଙ୍କ ଜୀବନକୁ ବିପଦକୁ ଠେଲିବା ଭଳି ହେବ ବୋଲି ପରୀକ୍ଷା ବାତିଲ କରିବାକୁ କଂଗ୍ରେସ ଦାବି କରୁଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ