ETV Bharat / city

ସିଲଭରସିଟିରେ ବେଲଗାମ କୋଭିଡ୍, ଲୋକଙ୍କୁ ସଚେତନ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ - ଲୋକଙ୍କୁ ସଚେତନ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଶୁକ୍ରବାର କଟକରେ ରହିଛି ରାଜ୍ୟରେ ସର୍ବାଧିକ କୋରୋନା ପଜେଟିଭ ସଂଖ୍ୟା । ଯାହାକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି । ଅଧିକ ପଢନ୍ତୁ...

ଲୋକଙ୍କୁ ସଚେତନ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

author img

By

Published : Jul 2, 2021, 3:45 PM IST

କଟକ: ରାଜ୍ୟରେ ଆୟତ ହେଉନି କୋଭିଡ ସଂକ୍ରମଣ । ଦୈନିକ 3 ହଜାର ଉପରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା । ଶୁକ୍ରବାର କଟକରେ ରହିଛି ରାଜ୍ୟରେ ସର୍ବାଧିକ କୋରୋନା ପଜେଟିଭ ସଂଖ୍ୟା । ଯାହାକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି ।

ଲୋକଙ୍କୁ ସଚେତନ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଏହାରି ମଧ୍ୟରେ ଲକଡାଉନ କୋହଳ ହୋଇଛି । କଟକ ବି କାଟାଗୋରୀରେ ରହିଛି । ତେଣୁ ଗହଳି ମଧ୍ୟ ଦୃଶ୍ୟମାନ ହେଉଛି । ତେବେ ଲୋକମାନେ ଆତଙ୍କିତ ନହୋଇ ସତର୍କ ରହିବାକୁ କଟକ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ହୋମ କ୍ଵାରେଣ୍ଟାଇନ ଉପରେ ଅଧିକ ଫୋକସ ରହିଛି । ଶୁକ୍ରବାର କଟକରୁ 600ରୁ ଊର୍ଦ୍ଧ୍ବ ପଜେଟିଭ ମାମଲା ସମ୍ନାକୁ ଆସିଛି । ତେଣୁ ଚିନ୍ତା ନକରି ନିଜର ସୁରକ୍ଷା ନିଜେ ଆପଣାଇ ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.