କଟକ: ମାଡି ଆସୁଛି ବାତ୍ୟା ଅମ୍ଫାନ । ସେଥିପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନୋଟିସ ଜାରି ହୋଇ ସାରିଛି । ତେବେ କଟକରେ ଏତେ ମାତ୍ରାରେ ବିପଦ ନଥିଲା ବେଳେ ସିଏମସି ଓ ଜିଲ୍ଲା ପ୍ରଶାସନ ଏକ ପ୍ରକାର ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ।
ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରଣ ସହିତ ବାତ୍ୟାର କୌଣସି ସମସ୍ଯା ପାଇଁ କଟକ ମହାନଗର ନିଗମ ପ୍ରସ୍ତୁତ ଥିବା କହିଛନ୍ତି କଟକ ସିଏମସି ଡେପୁଟି କମିଶନର । କିପରି ହେବ ବାତ୍ୟାର ମୁକାବିଲା ସେ ସମ୍ବନ୍ଧରେ ବାର୍ତ୍ତା ଦେଇଛନ୍ତି ଡେପୁଟି କମିଶନର ଅଭିନାଶ ରାଉତ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ