ETV Bharat / city

ତୁଳସୀପୁରରେ ହେବ ସୁନ୍ଦର ପାର୍କ, ରହିବ ବୋଟିଂ ବ୍ୟବସ୍ଥା

କଟକ ତୁଳସୀପୁର ଅଞ୍ଚଳରେ ହେବ ସୁନ୍ଦର ପାର୍କ । ଏଥିରେ ବୋଟିଂ ବ୍ୟବସ୍ଥା ମଧ୍ୟ ରହିବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ । ଅଧିକ ପଢନ୍ତୁ...

ବିଧାୟକ ମହମ୍ମଦ ମୋକିମ୍‌
ବିଧାୟକ ମହମ୍ମଦ ମୋକିମ୍‌
author img

By

Published : Feb 4, 2021, 12:38 PM IST

କଟକ:ତୁଳସୀପୁର ଅଞ୍ଚଳରେ ଥିବା ପୁରାତନ ଅବ୍ୟବହୃତ ଜଳାଶୟର ପୁନରୁଦ୍ଧାର କାମ ଆରମ୍ଭ ହୋଇଛି । ଜାଇକା ପ୍ରକଳ୍ପ ଅଧିନରେ ଏହାକୁ ଏକ ସୁନ୍ଦର ପାର୍କ ନିର୍ମାଣ କରାଯିବ । ପ୍ରାୟ 50 ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ପାର୍କରେ ବୋଟିଂ ସାଇଟ୍ କରାଯିବ ବୋଲି କହିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ ।

ବିଧାୟକ ମହମ୍ମଦ ମୋକିମ୍‌

ଏହା ହେଲେ ବିଡିଏ, ତୁଳସୀପୁର, ଦେଉଳସାହି ତଥା ସହରର ଅନେକ ବାସିନ୍ଦା ଏହାର ସୁବିଧା ନେଇପାରିବେ । ବଡ ପୋଖରୀକୁ ପ୍ରଥମ ପର୍ଯ୍ୟାୟରେ ସଫା କରାଯିବ । ଏଥି ସହିତ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ରମ ହେବ । ଏହା ଦ୍ବାରା କଟକବାସୀ ଉପକୃତ ହେବେ ବୋଲି ସ୍ଥାନୀୟ ବିଧାୟକ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.