କଟକ: ଅନଲାଇନ ଚାଟିଂ ଆପ ହ୍ବାଟ୍ସଆପରେ ବଢୁଥିବା ଠକେଇକୁ ନେଇ ସତର୍କତା ଜାରି କରିଛି କ୍ରାଇମବ୍ରାଞ୍ଚ । ହ୍ବାଟ୍ସଆପ୍ ଆକାଉଣ୍ଟକୁ ଟୁ ଷ୍ଟେପ୍ ଭେରିଫିକେନ୍ ପାଇଁ ପରାମର୍ଶ ଦେବା ସହିତ ବିଭିନ୍ନ କାର୍ଯ୍ୟ ପ୍ରଣାଳୀ ଉପରେ ଏକ ଆଡଭାଇଜରି ଜାରି କରିଛି ।
ହ୍ବାଟ୍ସଆପ ଠକେଇକୁ ନେଇ କ୍ରାଇମବ୍ରାଞ୍ଚ ଜାରି କରିଛି ଆଡ଼ଭାଇଜରି । ହ୍ବାଟ୍ସଆପ୍ ଆକାଉଣ୍ଟର ଟୁ ଷ୍ଟେପ୍ ଭେରିଫିକେନ୍ ପାଇଁ ପରାମର୍ଶ । କୌଣସି ଅଜଣା ଲିଙ୍କରେ କ୍ଲିକ ନ କରିବାକୁ ପରାମର୍ଶ । ଅନ୍ ଲାଇନ ଟଙ୍କା ପଠାଇବା ପୂର୍ବରୁ ପ୍ରେରକଙ୍କ ସହ କଥା ହେବାକୁ ପରାମର୍ଶ । ବଢୁଥିବା ହ୍ବାଟ୍ସଆପ ଠକେଇ ପରେ କ୍ରାଇମବ୍ରାଞ୍ଚର ସତର୍କତା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ