ETV Bharat / city

ଆୟତ୍ତ ହେଉଛି କୋଭିଡ ସଂକ୍ରମଣ, ଗ୍ରୀନ ଜୋନ ଅଭିମୁଖେ କଟକ ଗ୍ରାମାଞ୍ଚଳ

ଜିଲ୍ଲାରେ ମହାମାରୀ କୋଭିଡ ସଂକ୍ରମଣ ଧୀରେଧୀରେ ଆୟତ୍ତ ହେବାରେ ଲାଗିଛି । ସମ୍ପୂର୍ଣ୍ଣ ଗ୍ରୀନ ଜୋନ ଆଡ଼କୁ ମୁହାଁଉଛି କଟକ ଜିଲ୍ଲା । ଅଧିକ ପଢ଼ନ୍ତୁ...

author img

By

Published : Aug 1, 2021, 4:08 PM IST

covid infection is in control in cuttack
ଆୟତ୍ତାଧିନ ହେଉଛି କୋଭିଡ ସଂକ୍ରମଣ, ଗ୍ରୀନ ଜୋନ ଅଭିମୁଖେ କଟକ ଗ୍ରାମାଞ୍ଚଳ

କଟକ: ଜିଲ୍ଲାରେ ମହାମାରୀ କୋଭିଡ ସଂକ୍ରମଣ ଧୀରେଧୀରେ ଆୟତ୍ତ ହେବାରେ ଲାଗିଛି । ସହର ଅପେକ୍ଷା ଗ୍ରାମାଞ୍ଚଳରେ କୋଭିଡ ସଂକ୍ରମଣ ପ୍ରତିଶତ ଅଧିକ ରହିଥିଲା । ଏଥିରେ ରୋକ ଲଗାଇବା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ୍ । ଯାହାର ଫଳପ୍ରଦ ହୋଇଛି ବୋଲି କଟକ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

କଟକ ଗ୍ରାମାଞ୍ଚଳରେ ଥିବା 1900 ଗାଁରୁ 1200ରୁ ଅଧିକ ଗାଁ ଏବେ ଗ୍ରୀନ ଜୋନରେ ରହିଛି । ଏହାସହ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଜିଲ୍ଲାରେ କୋଭିଡକୁ ନେଇ ଚିକିତ୍ସା ଦିଗରେ ସଚେତନତା କରାଯାଇଥିଲା । ବର୍ତ୍ତମାନ ଅଧିକାଂଶ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ୧ରୁ ୨ ପ୍ରତିଶତ ରହିଛି । ଆଗାମୀ ଦିନରେ ଏହା ଆହୁରି କମିବା ନେଇ ଆଶା କରାଯାଉଛି । ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ କେତେକ କୋଭିଡ ସେଣ୍ଟରକୁ ବନ୍ଦ କରାଯାଉଛି । ୪୦ ପ୍ରତିଶତରୁ କମ୍ ବ୍ୟବାହାର ହେଉଥିବା କୋଭିଡ ସେଣ୍ଟରକୁ ବନ୍ଦ କରାଯାଇଛି ।

ପୂର୍ବରୁ ୧୦ରୁ ଅଧିକ ସଂକ୍ରମିତ ହେଲେ ସେହି ଅଞ୍ଚଳକୁ ରେଡ ଜୋନ ଘୋଷଣା କରାଯାଉଥିଲା । କେତେକ ସ୍ଥାନରେ ଏହି ସଂଖ୍ୟା ୪୦ରୁ ୫୦ ମଧ୍ୟ ହୋଇଥିଲା । କଟକରେ କୋରୋନାର ସମୂଳ ନାଶ ପାଇଁ ଯୋଜନା ଏବେ ବି ଜାରି ରହିଥିବା କଥା କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.