ETV Bharat / city

କଟକରେ ସଂକ୍ରମଣ ବଢୁଥିଲେ ବି ପରିସ୍ଥିତି ନିୟନ୍ତ୍ରଣାଧୀନ

ରାଜ୍ୟରେ ଉପର ମୁହଁ କରୋନା ଗ୍ରାଫ୍ । କଟକ ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ୯୦ ପାର କରିଥିବା ବେଳେ ସହରରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୭୦ ଛୁଇଁଲାଣି । ସଂକ୍ରମଣ ବଢିଥିଲେ ବି ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ସହକାରୀ ସ୍ୱାସ୍ଥ୍ୟ ଅଧିକାରୀ । ଅଧିକ ପଢନ୍ତୁ

ସଂକ୍ରମଣ ବଢୁଥିଲେ ବି  ପରିସ୍ଥିତି ନିୟନ୍ତ୍ରଣାଧୀନ, ଆଇସୋଲେସନରେ ଭଲ ହେଉଛନ୍ତି ସଂକ୍ରମିତ

author img

By

Published : Jul 12, 2022, 7:47 PM IST

କଟକ: ରାଜ୍ୟରେ ଉପର ମୁହଁ କରୋନା ଗ୍ରାଫ୍ । ଦୈନିକ ସଂକ୍ରମଣ 500 ରୁ ଅଧିକ ରହୁଛି । କଟକ ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ୯୦ ପାର କରିଥିବା ବେଳେ ସହରରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୭୦ ଛୁଇଁଲାଣି । ସଂକ୍ରମଣ ବଢିଥିଲେ ବି ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ସହକାରୀ ସ୍ୱାସ୍ଥ୍ୟ ଅଧିକାରୀ । ତେବେ ସଚେତନ ରହିବା ସହ ପୂର୍ବଭଳି କୋଭିଡ ନିୟମ ପାଳନ ପାଇଁ ସହରବାସୀଙ୍କୁ ଅନୁରୋଧ କରିଛନ୍ତି ଏସସିବି କତ୍ତୃପକ୍ଷ ।

ସଂକ୍ରମଣ ବଢୁଥିଲେ ବି ପରିସ୍ଥିତି ନିୟନ୍ତ୍ରଣାଧୀନ, ଆଇସୋଲେସନରେ ଭଲ ହେଉଛନ୍ତି ସଂକ୍ରମିତ

କରୋନା ସଂକ୍ରମଣ କ୍ରମାଗତଃ ବଢୁଥିବା ବେଳେ ପୁଣି ରେଡ ଜୋନକୁ ଫେରିଛି ଖୋର୍ଦ୍ଧା, କଟକ, ପୁରୀ ଭଳି ସହର । କଟକ ଜିଲ୍ଲାରେ ଗତ କିଛି ଦିନ ମଧ୍ୟରେ ସଂକ୍ରମଣ ୧୦୦ ଛୁଇଁଛି । ଗତ ୩ଦିନର ରିପୋର୍ଟ କାର୍ଡରୁ ଜଣା ପଡୁଛି କଟକରେ ପଜିଟିଭ ସଂଖ୍ୟା ସମାନ୍ୟ ବୃଦ୍ଧି ପାଇଛି । ତେବେ ସଂକ୍ରମଣ ବଢୁଥିଲେ ବି ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଗୁରୁତର ସଂଖ୍ୟା ଶୂନ ଥିବା ବେଳେ ୯୮ ଭାଗ ସଂକ୍ରମିତ ଲକ୍ଷଣ ବିହୀନ । ସାଧାରଣତଃ ଲୋକଙ୍କ ମଧ୍ୟରେ ଥଣ୍ଡା, ତଣ୍ଟି ଶୁଖିବା, ଆଖିରୁ ପାଣି ବୋହିବା, ମୁଣ୍ଡ ବିନ୍ଧିବା, ଦେହ ହାତ ଘୋଳାବିନ୍ଧା ହେବା ଭଳି ମାଇଲ୍ଡ ସିମଟମ୍ସ ଦେଖାଦେଉଛି । ତେବେ ବର୍ତ୍ତମାନ ସୁଦ୍ଧା କେହି ବି ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇନାହାନ୍ତି । ତେବେ ଟୀକା କରଣରେ ନିଜକୁ ସାମିଲ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.