ETV Bharat / city

ବସଷ୍ଟାଣ୍ଡରେ କୋଭିଡ ନିୟମକୁ ଫୁ, ଆଖି ବୁଜି ଦେଇଛି ପ୍ରଶାସନ !

ଦେଶରେ କୋରୋନା ଟିକା ଆସିବା ପରେ ଏବେ ଲୋକଙ୍କ ଚିନ୍ତା କମିଛି । ସରକାର ଟିକା ନେଲେ ବି କୋଭିଡ ନିୟମକୁ ମାନିବାକୁ କହିଛନ୍ତି । ତେବେ କଟକ ବସଷ୍ଟାଣ୍ଡରେ ଏହି ନିୟମକୁ ମାନୁଛନ୍ତି କି ସମସ୍ତେ ? ଦେଖନ୍ତୁ ଏହି ରିପୋର୍ଟ...

କୋଭିଡ ନିୟମ
କୋଭିଡ ନିୟମ
author img

By

Published : Feb 4, 2021, 1:34 PM IST

କଟକ: ଦେଶରେ ହ୍ରାସ ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପଟେ ଟିକା ମଧ୍ୟ ଆସି ସାରିଛି । ତେବେ ଏସବୁ ଭିତରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ଗୁରତ୍ବ ଦେଉଛନ୍ତି ସରକାର । ଦେଶକୁ କୋଭିଡ୍‌ ମୁକ୍ତ କରିବା ପାଇଁ ଏହା ଉପରେ ଅଧିକ ଫୋକସ କରୁଛନ୍ତି ସରକାର । ହେଲେ ଏହାକୁ କଟକ ବସଷ୍ଟାଣ୍ଡରେ କେହି ମାନୁ ନଥିବା ଦେଖାଦେଇଛି ।

ବସଷ୍ଟାଣ୍ଡରେ କୋଭିଡ ନିୟମକୁ ଫୁ, ଆଖି ବୁଜି ଦେଇଛି ପ୍ରଶାସନ !

ନା ବସ ଡ୍ରାଇଭର, କଣ୍ଡକ୍ଟର କିମ୍ବା ଯାତ୍ରୀ, କେହି ବି କୋଭିଡ କଟକଣାକୁ ମାନୁ ନାହାଁନ୍ତି । ବାଦମବାଡି ବସ ଷ୍ଟାଣ୍ଡରେ ଦେଖିବାକୁ ମିଳୁଛି ଏପରି ଦୃଶ୍ୟ । ବସରେ ଡ୍ରାଇଭରଙ୍କ ମୁହଁରେ ମାସ୍କ ନାହିଁ । କଣ୍ଡକ୍ଟର ବି ବିନା ମାସ୍କରେ, ଯାତ୍ରୀଙ୍କ ସହ କଥା ହୋଇ ଦେଉଛନ୍ତି ଟିକେଟ । ଆଉ ଯାତ୍ରୀ ମାନଙ୍କ କଥା ନକହିବା ଭଲ । ସାମାଜିକ ଦୂରତା ତ ପରର କଥା, ଅନେକ ଯାତ୍ରୀଙ୍କ ମୁହଁରେ ମାସ୍କ ନାହିଁ । ଅନେକ ଯାତ୍ରୀ ବିନା ମାସ୍କରେ ଯାତ୍ରା କରୁଛନ୍ତି । ବସ ଭିତରେ ସାମାଜିକ ଦୂରତା ବଜାୟ ରଖିବା ପରିବର୍ତ୍ତେ ଭିଡ ରହୁଛି ।

ସେହିପରି ଯାତ୍ରୀ ବିଶ୍ରାମଗାରରେ ବି ସାନିଟାଇଜ କରାଯାଉନାହିଁ କି, କୌଣସି ଯାତ୍ରୀଙ୍କ ବଡି ଟେମ୍ପରେଚର ମପାଯାଉନାହିଁ । ତେବେ ଏନେଇ ଦାୟିତ୍ବରେ ଥିବା କର୍ମଚାରୀ ନିଜ ଦୋଷ ସ୍ବୀକାର କରିବା ବଦଳରେ ସବୁ କଟକଣା ପାଳନ ହେଉଥିବା କହିଛନ୍ତି । ସେପଟେ ଏନେଇ ଡିଟିଏମଙ୍କ ସହ ଯୋଗାଯୋଗ କରିଥିଲେ ବି ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ଅନ୍ୟପଟେ କୋରୋନା ସମୟରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡ଼ିଥିବା ବେଳେ ଏବେ ଏହା ସ୍ବାଭାବିକ ହୋଇଛି । ବାଦମବାଡି ବସଷ୍ଟାଣ୍ଡରେ ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଯାତ୍ରୀ ଆସୁଛନ୍ତି । ହେଲେ କୋଭିଡ୍‌ ନିୟମକୁ କେହି ମାନୁନାହାଁନ୍ତି । ଏପରି ହେଲେ ସଂକ୍ରମଣ ଆହୁରି ବ୍ୟାପିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ବୁଦ୍ଧିଜୀବୀ ଆଶଙ୍କା କରିଛନ୍ତି ।

ତେବେ କୋଭିଡ୍‌ ଟିକା ଆସିଥିଲେ ବି ସରକାର ସାବଧାନତା ଅବଲମ୍ବନ କରିବାକୁ କହୁଛନ୍ତି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି । ଯାହାକୁ ଆମେ ନମାନିଲେ ପରିସ୍ଥିତି କଣ ଯେ ହେବ, ସେକଥା କେହି ପାରିବେ ନାହିଁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.