ETV Bharat / city

କୋରୋନା ପ୍ରଭାବ: କଟକରେ 27 ନୂଆ ମାମଲା

author img

By

Published : Jul 14, 2020, 10:48 PM IST

କୋରୋନା କାୟାରେ ପ୍ରଭାବିତ ହେବାର ଲାଗିଛି ସାରା ରାଜ୍ୟ । ଏମିତିରେ ମଙ୍ଗଳବାର କଟକ ମହାନଗର ନିଗମରେ 27ଟି ନୂଆ ମାମଲା ସାମ୍ନାକୁ ଆସିଥିବା ଦେଖାଯାଇଛି ।

corona effect in cuttack, corona update in cuttack, corona situation in cuttack, cuttack latest news, କଟକରେ କୋରୋନା ପ୍ରଭାବ, କଟକରେ କୋରୋନା ଅପଡେଟ, କଟକରେ କୋରୋନା ସ୍ଥିତି, କଟକ ଲାଟେଷ୍ଟ ନ୍ୟୁଜ୍‌
କୋରୋନା ପ୍ରଭାବ: କଟକରେ 27 ନୂଆ ମାମଲା ଚିହ୍ନଟ

କଟକ: କୋରୋନା କାୟାରେ ପ୍ରଭାବିତ ହେବାର ଲାଗିଛି ସାରା ରାଜ୍ୟ । ଏମିତିରେ ମଙ୍ଗଳବାର କଟକ ମହାନଗର ନିଗମରେ 27ଟି ନୂଆ ମାମଲା ସାମ୍ନାକୁ ଆସିଥିବା ଦେଖାଯାଇଛି । ସଦ୍ୟ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ 20 ଜଣ ସରକାରୀ କ୍ବାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ 4 ଜଣ ହୋମ କ୍ବାରେଣ୍ଟାଇନରୁ ଓ 3 ଜଣ ସ୍ଥାନୀୟ ସଂକ୍ରମଣରୁ ଶିକାର ହୋଇଥିବା ଜଣାପଡିଛି ।

ସେପଟେ ଚିହ୍ନଟ ହୋଇଥିବା 3 ଜଣ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ 2 ଜଣ ପୁରୁଣା ରାଉସପଟଣା ଅଞ୍ଚଳରୁ ଓ ଜଣେ ଯୋବ୍ରା ଅଞ୍ଚଳର ହୋଇଥିବା ଜଣାପଡିଛି । ସେହିପରି ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 3 ଜଣ ପ୍ରତାପ ନଗରୀ ଅଞ୍ଚଳରୁ ଓ ଜଣେ ଶଙ୍କରପୁର ଅଞ୍ଚଳରୁ ବୋଲି ସିଏମସି ସ୍ପଷ୍ଟ କରିଛି ।

ଅନ୍ୟପଟେ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବାଙ୍ଗୀ ସୁବର୍ଣ୍ଣପୁର ଅଞ୍ଚଳରୁ 5 ଜଣ, ବଡମ୍ବାରୁ 8 ଜଣ ଓ ତିଗିରିଆରୁ ଜଣେ ରହିଥିତବା ସୂଚନା ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.