ETV Bharat / city

ଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭରୁ ବିବାଦ - ବିବାଦରେ କଟକ ଚଣ୍ଡୀ ମନ୍ଦିର

ଚଣ୍ଡୀ ମନ୍ଦିରର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ପକ୍ରିୟା । ପକ୍ରିୟା ଆରମ୍ଭରୁ ମୁଣ୍ଡ ଟେକିଲାଣି ବିବାଦ । ଅଧିକ ପଢ଼ନ୍ତୁ

ଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ମୁଣ୍ଡ ଟେକିଲା ବିବାଦ

author img

By

Published : May 12, 2022, 6:19 AM IST

କଟକ: କଟକ ଚଣ୍ଡୀ ମନ୍ଦିରର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ପକ୍ରିୟା । ତେବେ ଏନେଇ ଆରମ୍ଭରୁ ମୁଣ୍ଡ ଟେକିଲାଣି ବିବାଦ । ଚଣ୍ଡୀ ମନ୍ଦିର(Maa Cuttack Chandi Temple) ସାମ୍ନାରେ ଥିବା ଶୈଳବାଳା କଲେଜର କିଛି ଜମି ରାସ୍ତା ସଂପ୍ରସାରଣ ଏବଂ ଗାଡି ପାର୍କିଂ ପାଇଁ ଯାଉଥିବାରୁ ଏହାକୁ ନେଇ ଦେଖାଦେଇଛି ବିବାଦ । ଯାହାକୁ ନେଇ ଶୈଳବାଳା କଲେଜର ଛାତ୍ରୀମାନେ କଲେଜ ସମ୍ମୁଖରେ ପ୍ରତିବାଦ କରିଛନ୍ତି ।

ଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ମୁଣ୍ଡ ଟେକିଲା ବିବାଦ

ସେମାନଙ୍କ କହିବା କଥା, ଏହି କଲେଜ ୧୦୯ ବର୍ଷ ପୁରୁଣା କଲେଜ (Shailabala Women's College)। ଏହାକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବା ପାଇଁ ବିଭିନ୍ନ ସମୟରେ ଛାତ୍ରୀମାନେ ଦାବି କରି ଆସୁଛନ୍ତି । ଯଦି ସରକାର କଲେଜର ଜମି ନିଅନ୍ତି ତେବେ ଆନୁଷଙ୍ଗିକ ବ୍ୟବସ୍ଥା ଦୃଷ୍ଟିରୁ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ମଧ୍ୟ କଷ୍ଟ ହେବ । ତେଣୁ କଲେଜର ଜମିକୁ ଅଧିଗ୍ରହଣ ନକରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି କଲେକର ଛାତ୍ରୀମାନେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.