ETV Bharat / city

ତିର୍ତ୍ତୋଲ ଉପନିର୍ବାଚନ: କଟକ ଗଣଦୁଷ୍କର୍ମକୁ ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ

author img

By

Published : Oct 14, 2020, 4:30 PM IST

Updated : Oct 14, 2020, 5:17 PM IST

ତିର୍ତ୍ତୋଲ ଗଣଦୁଷ୍କର୍ମ ମାମଲାରେ ବିଜେଡିକୁ ଦୋଷ ଦେଇଛି କଂଗ୍ରେସ । ଏଥର ତିର୍ତ୍ତୋଲ ନିର୍ବାଚନରେ ଏହି ମାମଲାକୁ ମୁଖ୍ୟ ପ୍ରସଙ୍ଗ କରିବ ବୋଲି କହିଛି କଂଗ୍ରେସ । ଅଧିକ ପଢନ୍ତୁ...

ତିର୍ତ୍ତୋଲ ଉପ-ନିର୍ବାଚନରେ କଟକ ଗଣଦୁଷ୍କର୍ମକୁ ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ

କଟକ: ତିର୍ତ୍ତୋଲ ଉପନିର୍ବାଚନରେ କଟକ ଗଣଦୁଷ୍କର୍ମ ଘଟଣାକୁ ପ୍ରସଙ୍ଗ କରିବ କଂଗ୍ରେସ । ଏଭଳି ଦୁଷ୍କର୍ମ ଅଭିଯୋଗରେ କଂଗ୍ରେସ ଶାସନ ଗାଦିରୁ ଯାଇଥିଲା, ଏବେ ବିଜେଡି ସରକାର ଯିବେ ବୋଲି କହିଛନ୍ତି ଭୁବନେଶ୍ବରର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ।

ଏହି ଦୁଷ୍କର୍ମ ମାମଲାରେ ବିଜେଡି ନେତା ସାମିଲ ଥିବା ନେଇ ମଧ୍ୟ ସେ ଅଭିଯୋଗ ଆଣିଛନ୍ତି । ବିନା ରାଜନେତାଙ୍କ ଛାତ୍ରଛାୟାରେ କଟକରେ ଏଭଳି ଘଟଣା ଘଟିବା ଅସମ୍ଭବ କହିଛନ୍ତି । ତିର୍ତ୍ତୋଲ ନିର୍ବାଚନକୁ ନେଇ ସମସ୍ତ ପୋଲିସ କର୍ମଚାରୀ ସେପଟେ ଗୁରୁତ୍ବ ଦେଉଥିବାବେଳେ ଏହି ଘଟଣା ପାଇଁ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମାନସ ଦାବି କରିଛନ୍ତି । ଏବଂ ଆଗାମୀ ଦିନରେ ଏହାକୁ ନେଇ କଂଗ୍ରେସ ରାଜ୍ୟବ୍ୟାପୀ ପ୍ରତିବାଦ କରିବ ।

ସୂଚନାଯୋଗ୍ୟ, କଟକ ଚାଉଳିଗଞ୍ଜ ନିକଟରୁ ଜଣେ ନାବାଳିକାକୁ ଫୁସୁଲାଇ ଏକ ଜଙ୍ଗଲ ଭିତରେ ପରିତ୍ୟକ୍ତ ଘରେ ରଖି ଦୀର୍ଘ 22 ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ନାବାଳିକା ଜଣକ ତିର୍ତ୍ତୋଲ ଅଞ୍ଚଳର । ଆଗକୁ ତିର୍ତ୍ତୋଲ ଉପନିର୍ବାଚନ ଥିବାରୁ କଂଗ୍ରେସ ଏହାକୁ ମୁଖ୍ୟ ପ୍ରସଙ୍ଗ କରିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

Last Updated : Oct 14, 2020, 5:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.