ETV Bharat / city

justice for mamita: ୧୨ରେ କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା - କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ରାଜ୍ୟରେ ମମିତା ହତ୍ୟାକାଣ୍ଡକୁ ନେଇ ରାଜନୈତିକ ଝଡ଼ ଥମିବାର ନାଁ ନେଉନି । ଏହି କ୍ରମରେ ଆସନ୍ତା ୧୨ ତାରିଖରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଅଧିକ ପଢ଼ନ୍ତୁ...

justice for mamita: ୧୨ରେ କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

author img

By

Published : Nov 8, 2021, 9:14 PM IST

କଟକ: ରାଜ୍ୟରେ ମମିତା ହତ୍ୟାକାଣ୍ଡକୁ ନେଇ ରାଜନୈତିକ ଝଡ଼ ଥମିବାର ନାଁ ନେଉନି । ଏହି ହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ନେଇ ସରଗରମ ରହିଛି । ପ୍ରମୁଖ ବିରୋଧୀମାନେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ଦାବି କରିଛନ୍ତି । କଂଗ୍ରେସ ମଧ୍ୟ ତାହାର ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାରେ ଲାଗିଛି । ଏହି କ୍ରମରେ ଆସନ୍ତା ୧୨ ତାରିଖରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ।

justice for mamita: ୧୨ରେ କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ବନ୍ଦ ଡାକରାରେ ସହରବାସୀଙ୍କୁ ସହାୟତା କରିବାକୁ ନିବେଦନ କରିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ । ନଭେମ୍ବର ୧୨ ତାରିଖରେ ସକାଳ ୬ଟାରୁ ମଧ୍ୟାହ୍ଣ ୧୨ଟା ପର୍ଯ୍ୟନ୍ତ ଚକାଜାମ କରିବ କଂଗ୍ରେସ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସେହି ଦିନ ରାଜ୍ୟରେ କେବଳ ଜରୁରୀ ସେବା ପାଇଁ କୌଣସି ପ୍ରତିବନ୍ଧ ରହିବ ନାହିଁ । ଏହି ବନ୍ଦ ଡାକରାରେ ବିଭିନ୍ନ ସଙ୍ଗଠନଙ୍କୁ ସାମିଲ ହେବା ପାଇଁ ମଧ୍ୟ ମୋକିମ ଅନୁରୋଧ କରିଛନ୍ତି ।

୧୨ ତାରିଖରେ ବନ୍ଦ ଡାକରା ପୂର୍ବରୁ ୧୧ ତାରିଖରେ ଏକ ଶୋଭାଯାତ୍ରା ମାଧ୍ୟମରେ ସହରବାସୀଙ୍କୁ ଏହାକୁ ନେଇ ଅନୁରୋଧ କରାଯିବ । ଏହାକୁ ନେଇ ବାରବାଟୀ ବିଧାୟକ ସୂଚନା ଦେଇଛନ୍ତି । ମମିତା ମେହେର ହତ୍ୟାକାଣ୍ଡରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ଯଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଛି । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଭିନ୍ନ ରାଜନୈତିକ ଦଳମାନେ ବେଶ ସକ୍ରିୟ ହୋଇପଡିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.