ETV Bharat / city

ବାଲିଯାତ୍ରାରେ ମନ କିଣିଲା କମିଶନରେଟ ପୋଲିସ

ସରିଲା କଟକର ଐତିହାସିକ ବାଲିଯାତ୍ରା । 9 ଦିନରେ ନିଜ ଖୁସିକୁ ଭୁଲି ଲୋକଙ୍କ ସୁରକ୍ଷା ଦିଗରେ ତତ୍ପର ଥିଲା କମିଶନରେଟ ପୋଲିସ । ଆଉ ଦିନରାତି ଏକ କରି ପୋଲିସ ଦେଇଥିଲା ସମସ୍ତଙ୍କୁ ସୁରକ୍ଷା । ଅଧିକ ଖବର ପଢନ୍ତୁ...

author img

By

Published : Nov 20, 2019, 11:38 PM IST

Updated : Nov 22, 2019, 1:47 PM IST

ବାଲିଯାତ୍ରାରେ ମନ କିଣିଲା କମିଶନରେଟ ପୋଲିସ

କଟକ: ସରିଲା କଟକର ଐତିହାସିକ ବାଲିଯାତ୍ରା । ଲୋକାରଣ୍ୟ ହୋଇଥିବା ପଡିଆ ଶୂନଶାନ ହୋଇଯିବ । ତେବେ ଏହି 9 ଦିନ ବ୍ୟାପି ଯାତ୍ରାରେ ବୁଧବାର ପଡିଛି ପୂର୍ଣ୍ଣଚ୍ଛେଦ। ଏହି ସମସ୍ତ ଦିନରେ ନିଜ ଖୁସିକୁ ଭୁଲି ଲୋକଙ୍କ ସୁରକ୍ଷା ଦିଗରେ ତତ୍ପର ଥିଲା କମିଶନରେଟ ପୋଲିସ । ତେବେ ବୁଧବାର ଥିଲା ଐତିହାସିକ ବାଲିଯାତ୍ରାର ଶେଷ ଦିନ । ଆଉ ଦିନରାତି ଏକ କରି ପୋଲିସ ଦେଇଥିଲା ସମସ୍ତଙ୍କୁ ସୁରକ୍ଷା ।

ବାଲିଯାତ୍ରାରେ ମନ କିଣିଲା କମିଶନରେଟ ପୋଲିସ

ଶେଷ ହୋଇଛି ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା । ବୁଧବାର ଶେଷ ଦିନ ଥିବାରୁ ମହାନଦୀ ଉପର ଓ ତଳ ପଡିଆରେ ଦେଖିବାକୁ ମିଳିଥିଲା ଅସମ୍ଭାଳ ଭିଡ । ଘରକରଣା ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ସବୁ ସାମଗ୍ରୀ ଗୋଟିଏ ଯାଗାରେ ମିଳୁଥିବାରୁ ଲୋକଙ୍କ ମନରେ ଉତ୍କଣ୍ଠା ନକହିଲେ ସରେ । ଆଉ ବାଲିରେ ବୁଲି ବୁଲି ଥକିବା ପରେ ସାମ୍ନାରେ ଥାଏ ଚଟପଟା ଖାଦ୍ୟର ଆସର । ଗୋଟେ ପଟେ ସମସ୍ତେ ନିଜ ମଜାରେ ମସଗୁଲ ଥିବା ବେଳେ ଅନ୍ୟପଟେ ନିଜର ଖୁସିକୁ ଲୁଚାଇ କର୍ତ୍ତବ୍ୟ କରିଥିଲେ ପୋଲିସ। ଟ୍ରାଫିକ ଠୁ ଆରମ୍ଭ କରି ପାର୍କିଂ ଓ ପଡିଆ ମଧ୍ୟରେ ଉଭୟ ସାଦା ଓ ଖାକି ପୋଷାକରେ ପଇଁତରା ମାରୁଥିଲେ ପୋଲିସ କର୍ମଚାରୀ ।

କେବଳ ସେତିକି ନୁହେଁ, ଗହଳିରେ ଯଦି ଆବାଳବୃଦ୍ଧବନିତା ହଜୁଛନ୍ତି ତାକୁ ମଧ୍ୟ ଖୋଜି ବାହାର କରିଛି କମିଶନରେଟ ପୋଲିସ । ତେବେ କହିବାକୁ ଗଲେ 9 ଦିନ ଧରି ଚାଲିଥିବା ଏହି ବାଲିଯାତ୍ରାରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ସୂଚାର ରୂପେ ଶେଷ ହୋଇଛି ବୋଲି କହିଛନ୍ତି କଟକ ଡିସିପି । ପୋଲିସର ଏପରି ସୁରକ୍ଷା ବ୍ୟବସ୍ଥାକୁ ବେଶ ତାରିଫ କରିବା ସହ ପଦକ୍ଷେପକୁ ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ଦର୍ଶକ ।

ବାଲିଯାତ୍ରା ଆରମ୍ଭ ହେବା ପୂର୍ବରୁ ଶେଷ ପର୍ଯ୍ୟନ୍ତ ପୋଲିସ ଲିଭାଇଛି ତାର ଗୁରୁଦାୟିତ୍ବ । ତେବେ କହିବାକୁ ଗଲେ ବାଲିଯାତ୍ରାରେ ଦିଲ ଜିତିନେଲା କମିଶନରେଟ ପୋଲିସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଆଉ କିଛି ଘଂଟା ପରେ ସରିଯିବ ଐତିହାସିକ ବାଲିଯାତ୍ରା । ଲୋକାରଣ୍ୟ ହୋଇଥିବା ପଡିଆ ସୁନସାନ ହୋଇଯିବ । ତେବେ ଏହି 9 ଦିନ ବ୍ୟାପି ଯାତ୍ରା ରେ ଆଜି ପୂର୍ଣଛେଦ ପଡିବ । ଏହି ସମସ୍ତ ଦିନରେ ନିଜ ଖୁସି କୁ ଭୁଲି ଲୋକଙ୍କ ସୁରକ୍ଷା ଦିଗରେ ତତ୍ପର ଥିଲା କମିଶନରେଟ ପୋଲିସ । ତେବେ ଆଜି ଐତିହାସିକ ବାଲିଯାତ୍ରା ର ଶେଷ ଦିନ ହୋଇଥିବାରୁ ପୋଲିସ ପାଇଁ ମାଧ୍ୟ ରହିଛି ବଡ଼ ଚ୍ୟାଲେଞ୍ଜ । ସେଥିପାଇଁ ବାଲିଯାତ୍ରା କୁ 50 ପ୍ଲାଟୁନ ପୋଲିସ ବଲୟ ମଧ୍ୟରେ ରଖାଯାଇଛି ।

Body:ଭିଓ୧: ଆଉ କିଛି ସମୟ ପରେ ଶେଷ ହେବ ଐତିହାସିକ ବାଲିଯାତ୍ରା । ସେଥିପାଇଁ ଉପର ଓ ତଳ ପଡିଆ ରେ ଲାଗିଛି ଅଜସ୍ର ଭିଡ଼ । ସମସ୍ତ ଦର୍ଶକ କିଣାକିଣି ରେ ବ୍ୟସ୍ତ । କିନ୍ତୁ ନିଜ ଖୁସି କୁ ଅଣଦେଖା କରି ଲୋକଙ୍କ ଖୁସି ରେ ନିଜେ ଖୁସି ହୋଇଛି କମିଶନରେଟ ପୋଲିସ । ଟ୍ରାଫିକ ଠୁ ଆରମ୍ଭ କରି ପାର୍କିଂ , ଓ ପଡିଆ ମଧ୍ୟରେ ଉଭୟ ସାଧା ଓ ଖାକି ପୋଷାକ ରେ ପଇଁତରା ମାରୁଛନ୍ତି ପୋଲିସ କର୍ମଚାରୀ । ଏହାସହିତ ପଡିଆ ମଧ୍ୟରେ ଯେଉଁ ଆବାଳବୃଦ୍ଧବନିତା ହଜୁଛନ୍ତି ତାକୁ ମଧ୍ୟ ଖୋଜି ବାହାର କରୁଛି କମିଶନରେଟ ପୋଲିସ । ତେବେ କହିବାକୁ ଗଲେ 9 ଦିନ ଧରି ଚାଲିଥିବା ଏହି ବାଲିଯାତ୍ରା ରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ସୂଚାର ରୂପେ ଶେଷ ହୋଇଛି ବୋଲି କହିଛନ୍ତି କଟକ ଡିସିପି ଅଖିଳେସ୍ୱର ସିଂ ।

ବାଇଟ:ଅଖିଳେସ୍ୱର ସିଂ( କଟକ ଡିସିପି)

ଭିଓ୨: ଅନ୍ୟପଟେ ବାଲିଯାତ୍ରା ର ଶେଷ ଦିନ ହୋଇଥିବାରୁ ଦର୍ଶକ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ପ୍ରତି ଷ୍ଟଲ ଆଗରେ ଲାଗିଛି ଲମ୍ବା ଲାଇନ । ତେବେ ସୁରକ୍ଷା ବ୍ୟବସ୍ତା ବେଶ କଡାକଡି ରହିଥିବାରୁ ଆମେ ମନେ ଭଲସେ ଜିନିଷ କିଣି ପାରୁଚୁ । ପୋଲିସ ର ଏପରି ସୁରକ୍ଷା ବ୍ୟବସ୍ଥା ବେଶ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ଦର୍ଶକ ।

ବାଇଟ: ଦର୍ଶକ

Conclusion:ଫାଭିଓ: ତେବେ ବାଲିଯାତ୍ରା ଆରମ୍ଭ ହେବା ପୂର୍ବରୁ ଆଜି ପର୍ଯ୍ୟନ୍ତ ପୋଲିସ ଲିଭାଇଛି ତାର ଗୁରୁ ଦାଇତ୍ୱ । ରବିବାର ଦିନ ଦର୍ଶକଙ୍କ ସଂଖ୍ୟା ବଢିବାରୁ କିଛି ମାତ୍ରା ରେ ଟ୍ରାଫିକ ଜାମ ର ଦୃଶ୍ୟ ଦେଖିବାକୁ ମିଳିଥିଲା ବେଳେ ସେ ସମସ୍ୟା କୁ ମଧ୍ୟ ମୁଳତପାଟନ କରିଥିଲା କମିଶନରେଟ ପୋଲିସ । ତେବେ କହିବାକୁ ଗଲେ ବାଲିଯାତ୍ରା ରେ ଦିଲ ଜିତିନେଲା କମିଶନରେଟ ପୋଲିସ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ
Last Updated : Nov 22, 2019, 1:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.