କଟକ: କୋରୋନା ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସହରରେ ଜାରି ରହିଛି କଡାକଡି ଏନଫୋର୍ସମେଣ୍ଟ । ଏହି ଆଧାରରେ ଶନିବାର ସହରରେ 3ଟି ଦୋକାନକୁ ସିଲ କରିଛି ସିଏମସି ଏନଫୋର୍ସମେଣ୍ଟ ଟିମ୍ । ଏହି 3ଟି ଦୋକାନ ଜାରି ରହିଥିବା ଗାଇଡଲାଇନ ଭଙ୍ଗ କରିଥିବାରୁ ଏଗୁଡିକୁ ସିଲ କରାଯାଇଥିବା ଜଣା ପଡିଛି ।
ଉଭୟ ପୋଲିସ ଓ ସିଏମସି ଅଧକାରୀଙ୍କ ମିଳିତ ଉଦ୍ୟମରେ ଏହି ଯୋଜନା ସଫଳ ହୋଇଛି । ତେବେ କେଉଟ ସାହିର ମା’ ମଙ୍ଗଳା ରାକ୍ଷୀ ଭଣ୍ଡାର, ବାଦଲ ସିଂ ରାକ୍ଷୀ ଦୋକାନ ଓ ସିଂ ବାବୁ ରୋପ ଦୋକନକୁ ଶନିବାର ସିଲ କରାଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ