ETV Bharat / city

ମିଠା ନୁହେଁ ଅଖାଦ୍ୟ ! ଅତର୍କିତ ଚଢଉ କରି ଦୋକାନ ସିଲ୍ କଲା CMC

author img

By

Published : Sep 8, 2022, 8:39 PM IST

କଟକର ବିଭିନ୍ନ ମିଠା ଦୋକାନରେ ମହାନଗର ନିଗମ ଫୁଡ୍ ସ୍କ୍ୱାଡ ର ରେଡ୍। ଏହି ସମୟରେ ବହୁ ବାସି ମିଠା ଓ ମିଠାରେ ରଙ୍ଗ ମିଶାଯାଇଥିବା ଜବତ କଲା ଫୁଡ୍ ସ୍କ୍ୱାର୍ଡ। ଆଗକୁ ଦୁର୍ଗା ପୂଜା ଆସୁଥିବାରୁ ଏହି ସମୟରେ ମିଠା ବିକ୍ରି ଅଧିକ ହୁଏ ତେଣୁ ଏହାକୁ ନଜରରେ ରଖି ଲୋକେ କିଭଳି ଅସ୍ୱାସ୍ଥ୍ୟକର ଜିନିଷ ନ ଖାଇବ ତେଣୁ ଏହି ରେଡ୍ କିରିଛି ସିଏମସି । ଅଧିକ ପଢନ୍ତୁ

ମିଠା ନୁହେଁ ଖାଉଛନ୍ତି ଅଖାଦ୍ୟ ! ଅତର୍କିତ ଚଢଉ କରି ଦୋକାନ ସିଲ୍ କଲା CMC

କଟକ: ଆସୁଛି ଦଶହରା । ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । କୋରୋନା କୋପ କମିବା ପରେ ଚଳିତ ବର୍ଷ ରାଜ୍ୟରେ ବିଭିନ୍ନ ପର୍ବକୁ ଧୁମଧାମରେ ପାଳନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଗକୁ ଦଶହରା ଆସୁଛି । ଧରାପୃଷ୍ଠକୁ ଅବତରଣ କରିବେ ଦେବୀ ଦୁର୍ଗା । 2 ବର୍ଷ ପରେ ସ୍ବାଭାବିକ ହେବ ଦଶହରା ପୂଜା। ଏଥିପାଇଁ କଟକର ବିଭିନ୍ନ ମିଠା ଦୋକାନରେ ମହାନଗର ନିଗମ ଫୁଡ୍ ସ୍କ୍ବାର୍ଡର ରେଡ୍ ହୋଇଛି । ଏହି ସମୟରେ ବହୁ ବାସି ମିଠା ଓ ରଙ୍ଗ ମିଶାଯାଇଥିବା ମିଠା ଜବତ କରିଛି ଫୁଡ୍ ସ୍କ୍ବାର୍ଡ । ଆଗକୁ ଦୁର୍ଗା ପୂଜା ଆସୁଥିବାରୁ ଏହି ସମୟରେ ମିଠା ବିକ୍ରି ଅଧିକ ହୁଏ ତେଣୁ ଏହାକୁ ନଜରରେ ରଖି ଲୋକେ କିଭଳି ଅସ୍ବାସ୍ଥ୍ୟକର ଜିନିଷ ନ ଖାଇବେ ତେଣୁ ଏହି ରେଡ୍ କିରିଛି ସିଏମସି । ତେବେ କିଛି ଦୋକାନ ସିଲ୍ କରାଯିବା ସହ ଅନେକ ଦୋକାନ ମାଲିକଙ୍କୁ ତାଗିଦ୍ କରିଛି ସିଏମସିର ସ୍ବାସ୍ଥ୍ୟ ବିଭାଗ ।

କଟକ କଲ୍ୟାଣ ନଗର ମଧ୍ୟରୁ ଦୋଳ ମୁଣ୍ଡେଇ ମଧ୍ୟରେ ପ୍ରମୁଖ ମିଠା ଦୋକାନରେ ରେଡ ହୋଇଥିଲା । ଏଥିସହ 2ଟି ଦୋକାନ ସିଲ ହୋଇଛି। ଯାହାର ଲାଇସେନ୍ସ ନାହିଁ ସେମାନଙ୍କୁ ଶିଘ୍ର ଲାଇସେନ୍ସ କରିବାକୁ କଡା ତାଗିଦ କରିଛି ସିଏମସି । ଯଦି ଆଗାମୀ ଦିନରେ ଅପମିଶ୍ରିତ ମିଠା ସାମ୍ନାକୁ ଆସେ ତାହାଲେସିଏମସି ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମସି ପକ୍ଷରୁ ତାଗିଦ କରିଯାଇଛି ।

ସେପଟେ ଦୁର୍ଗାପୁଜା ଆସିଲେ ଚଳଚଞ୍ଚଳ ହୋଇଉଠେ କଟକ ସହର । ସମସ୍ତେ ହୋଇଥାନ୍ତି ଖୁସିରେ ମସଗୁଲ । ଆଉ ଏହି ଖୁସିକୁ ବୟାନ କରିବା ପାଇଁ ମିଠା ଖୁଆଇ ସମସ୍ତେ ଏହି ପର୍ବରେ ଆନନ୍ଦିତ ହୋଇଥାନ୍ତି । କିନ୍ତୁ ଆମେ ଯେଉଁ ମିଠା ଖାଉଛେ ତାହା ଆମ ସ୍ବସ୍ଥ୍ୟପାଇଁ କେତେ ସ୍ବାସ୍ଥ୍ୟକର । କଥାରେ ଅଛି ଯାହା ଉପରକୁ ଭଲ ଦେଖାଯାଏ ତାହା ଭିତରୁ ଖରାପ । ଉପରକୁ ଦେଖାଯାଉଥିବା ସୁନ୍ଦର ମିଠା ଭିତରରେ କଣ ରହିଛି । ବିଭିନ୍ନ ରଙ୍ଗ ଓ ବାସୀ ସାମଗ୍ରୀରେ ତିଆରି ହେଉଛି ଏହି ମିଠା । ଯାହାକୁ ନେଇ ଆଜି ସିଏମସି କଟକର ବିଭିନ୍ନ ମିଠା ଦୋକାନରେ ଚଢ଼ାଉ କରିଛି । ଆଗକୁ ପୂଜା ପାର୍ବଣର ସମୟ ଆସୁଥିବା ହେତୁ କଟକର ପ୍ରମୁଖ ମିଠା ଦୋକାନ ଉପରେ ଆଜି ଅତର୍କିତ ଚଢ଼ାଉ କରିଛି ସିଏମସି ସ୍ବାସ୍ଥ୍ୟ ବିଭାଗ । ଏଥିସହ ଅନେକ ଦୋକାନକୁ ତାଗିଦ କରିବା ସହ କିଛି ଦୋକାନ ମଧ୍ୟ ସିଲ କରିଛି ସ୍ବାସ୍ଥ୍ୟ ବିଭାଗ।

ଅନ୍ୟପଟେ ବର୍ଷ ବର୍ଷ ଧରି ଏହି ମିଠା ବ୍ୟବସାୟ କରି ବ୍ୟବସାୟୀ ଅନେକ ଲାଭବାନ ହୋଇଥାନ୍ତି । ହେଲେ ଏହି ଲାଭବାନ ପଛରେ କେତେ ଯେ ସ୍ବାସ୍ଥ୍ୟ ଖରାପ ହେଉଥିବ ତାହା କଳ୍ପନା କରିବା ଅସମ୍ଭବ । ଏଥିସହ 2ଟି ଦୋକାନ ସିଲ ହୋଇଛି । ଯାହାର ଲାଇସେନ୍ସ ନାହିଁ ସେମାନଙ୍କୁ ଶିଘ୍ର ଲାଇସେନ୍ସ କରିବାକୁ କଡା ତାଗିତ କରିଛି ସିଏମସି । ଯଦି ଆଗାମୀ ଦିନରେ ଅପମିଶ୍ରିତ ମିଠା ସାମ୍ନାକୁ ଆସେ ତାହାଲେ ସିଏମସି ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ବିନା ଲାଇସେନ୍ସରେ କିପରି ବର୍ଷ ବର୍ଷ ଧରି ବ୍ୟବସାୟ କରି ଆସୁଥିଲେ ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

ଅନ୍ୟପଟେ ଏହି ସିଏମସି ଏହି ଚଢ଼ାଉ ପ୍ରକ୍ରିୟା ନିଶ୍ଚୟ ସଚେତନତା ଓ ପରିବର୍ତ୍ତନ ଦିଗକୁ ଆହୁରି ମଜଭୁତ କରିବ ବୋଲି କହିଛନ୍ତି ବ୍ୟବସାୟୀ । ତେବେ ସିଏମସିର ଏହି ଆକ୍ସନ ମୋଡ ଜାରି ରହିଲେ ସହରରେ ନିଶ୍ଚୟ ଅପମିଶ୍ରିତ ଖାଦ୍ୟରେ ରୋକ ଲାଗି ପାରିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.