ETV Bharat / city

କଟକର କଲ୍ୟାଣ ମଣ୍ଡପ ବିରୁଦ୍ଧରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା CMC - ନିୟମ ମାନୁନାହାନ୍ତି କଲ୍ୟାଣ ମଣ୍ଡପ

କଟକ ସହରରେ କୌଣସି ଗୋଟିଏ ବି କଲ୍ୟାଣ ମଣ୍ଡପ ନିୟମ ମାନୁ ନଥିବା ନେଇ ଉଚ୍ଚ ନ୍ୟାୟାଳୟରେ ସିଏମସି ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଛି । ଅଧିକ ପଢନ୍ତୁ...

କଟକର କଲ୍ୟାଣ ମଣ୍ଡପ ବିରୁଦ୍ଧରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ସିଏମସି

author img

By

Published : Aug 20, 2021, 7:22 AM IST

କଟକ:ସିଲଭର ସିଟିରେ କୌଣସି ଗୋଟିଏ ବି କଲ୍ୟାଣ ମଣ୍ଡପ ନିୟମ ମାନୁ ନଥିବା ନେଇ ଉଚ୍ଚ ନ୍ୟାୟାଳୟରେ ସିଏମସି ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ, ଯାଞ୍ଚ ସମୟରେ ୭୪ଟି କଲ୍ୟାଣମଣ୍ଡପ ମଧ୍ୟରୁ ୧୩ଟି ତାଲା ବନ୍ଦ ଥିଲା । ଗୋଟିଏ ସମ୍ପୂର୍ଣ୍ଣ ଭାବେ ବନ୍ଦ ଥିବା ଦେଖିବାକୁ ମିଳିଥିଲା । ୬୦ଟି ମଣ୍ଡପର ଯାଞ୍ଚ କରାଯାଇ ଥିବାବେଳେ କୌଣସି ଗୋଟିଏ ବି ମଣ୍ଡପ କଟକ ଡେଭେଲ୍ପମେଣ୍ଟ ଅଥରିଟି (ପ୍ଲାନିଂ ଆଣ୍ଡ୍ ବିଲ୍ଡିଂ ଷ୍ଟାଣ୍ଡାର୍ଡସ୍) ରେଗୁଲେସନ୍, ୨୦୧୭ ପାଳନ କରୁନଥିବା ଯାଞ୍ଚ ବେଳେ ଜଣାପଡିଛି ।

ଏହିସବୁ ମଣ୍ଡପ କାହିଁକି ବନ୍ଦ ନ କରାଯିବ ସେନେଇ ୧୫ ଦିନ ଭିତରେ କାରଣ ଦର୍ଶାଇବାକୁ ନୋଟିସ୍ ଜାରି କରାଯାଇଛି । କୋର୍ ସିଟି କଟକ ପାଇଁ ଯୋଜନା ଓ କୋଠା ମାନଦଣ୍ଡ ନିୟମାବଳୀ ପ୍ରସ୍ତୁତ ପାଇଁ ମୁମ୍ବାଇର କ୍ରିସିଲ ରିସ୍କ ଆଣ୍ଡ ଇନଫ୍ରାଷ୍ଟ୍ରକଚର ସଲ୍ୟୁସନ୍ ଲିମ‌ିଟେଡକୁ ଦାୟିତ୍ବ ଦିଆଯାଇଛି । ଏନେଇ ଅଗଷ୍ଟ ୩ରେ ଏହି ସଂସ୍ଥା ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହି ସଂସ୍ଥା ଡ୍ରାଫ୍ଟ ରେଗୁଲେସନ୍ ୫ ମାସ ଭିତରେ ଦାଖଲ କରିବା ପରେ ଏହାକୁ ନଗର ଉନ୍ନୟନ ବିଭାଗ ନିକଟକୁ ଅନୁମୋଦନ ପାଇଁ ପଠାଯିବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି ।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଇ.ଭେଙ୍କଟ ରାଓଙ୍କ ଆବେଦନର ଶୁଣାଣି କରି ଏହି ସତ୍ୟପାଠର ନକଲ ସମସ୍ତ ପକ୍ଷଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.