ETV Bharat / city

ସାବାଡ ହେବେ ଅମାନିଆ, ଆକ୍ସନ ମୋଡରେ CMC ଏନଫୋର୍ସମେଣ୍ଟ ଟିମ

author img

By

Published : Jan 12, 2022, 10:58 AM IST

ଅମାନିଆଙ୍କୁ ସାବାଡ କରିବା ପାଇଁ ସିଲଭରସିଟିରେ ଆକ୍ସନ ମୋଡରେ ସିଏମସି ଏନଫୋର୍ସମେଣ୍ଟ ଟିମ । କଟକରେ ମଧ୍ୟ ସଂକ୍ରମଣକୁ ରୋକିବା ପାଇଁ ସିଏମସି ପକ୍ଷରୁ କୋଭିଡ କଟକଣା ଉଲ୍ଲଘଂନ ହେଉଥିବା ଯାଗାରେ ଚଢାଉ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଅମାନିଆଙ୍କୁ ସାବାଡ କରିବା ପାଇଁ  ସିଲଭରସିଟିରେ ଆକ୍ସନ ମୋଡରେ ସିଏମସି ଏନ୍ଫୋର୍ସମେଣ୍ଟ ଟିମ

କଟକ: କିଛି ଦିନର ବ୍ୟବଧାନ ପରେ ଓଡିଶାରେ ପୁଣି ଅଧିକ ମାତ୍ରାରେ କୋରୋନା ସଂକ୍ରମିତ ଚିହ୍ନଟ ପରେ ସିଲଭରସିଟିରେ ଆକ୍ସନ ମୋଡରେ ସିଏମସି ଏନଫୋର୍ସମେଣ୍ଟ ଟିମ । ସଂକ୍ରମଣକୁ କିଛି ମାତ୍ରାରେ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ସିଲଭର ସିଟି କଟକରେ ମଧ୍ୟ ସଂକ୍ରମଣକୁ ରୋକିବା ପାଇଁ ସିଏମସି ପକ୍ଷରୁ କୋଭିଡ କଟକଣା ଉଲ୍ଲଘଂନ ହେଉଥିବା ଯାଗାରେ ଚଢାଉ ଆରମ୍ଭ ହୋଇଛି ।

ତେବେ ଉଭୟ କମିଶନରେଟ ପୋଲସ ଓ ସିଏମସି ଏନଫୋର୍ସମେଣ୍ଟ ଟିମ ଏହି ଚଢ଼ାଉ ଜାରି ରଖିଛନ୍ତି । ସେହି କ୍ରମରେ କଟକର ଯେଉଁ ସ୍ଥାନରେ କୋଭିଡ ଆଇନ ଭଙ୍ଗ ହେଉଛି ସେହି ସ୍ଥାନରେ ସିଏମସି ଏନଫୋର୍ସମେଣ୍ଟ ଟିମ ସଙ୍ଗେ ସଙ୍ଗେ ପହଁଚି ଚଢ଼ାଉ କରୁଛି । କୋଭିଡ ନିୟମ ଉଲ୍ଲଘଂନ କଲେ ଦୋକାନ ସିଲ କରିବା ସହ ମୋଟା ଅଙ୍କର ତଣ୍ଡ କାଟିବାକୁ ବଧ୍ୟ କରୁଛି କଟକ ମହାନଗର ଅଧୀନରେ ଗଠନ କରାଯାଇଥିବା ଏହି ଏନଫୋର୍ସମେଣ୍ଟ ଟିମ ।

ତେବେ ଗତକାଲି କୋଭିଡ ନିୟମକୁ ଉଲ୍ଲଘଂନ କରୁଥିବା କଟକର ବିଭିନ୍ନ ଦୋକାନକୁ ସିଲ କରିବା ସହ ଫାଇନ ମଧ୍ୟ ଆଦାୟ କରିଛି । ଗତକାଲି ବକ୍ସି ବଜାରର ଚିନ୍ତାମଣି ମିଷ୍ଟାନ୍ନ ଭଣ୍ଡାରକୁ ସିଲ କରିବା ସହ ଓ ବିଶାଲ ମେଗା ମାର୍ଟ କୋଭିଡ ଆଇନ ଉଲ୍ଲଘଂନ କରିଥିବାରୁ ୨୦ ହଜାର ଟଙ୍କାର ଫାଇନ ଆଦାୟ କରିଛି ଏବଂ ଶ୍ରୀ ଜଗନ୍ନାଥ ଇଲେକ୍ଟ୍ରିକାଲ ଠାରୁ ମଧ୍ୟ ୬ ହଜାର ଟଙ୍କାର ଫାଇନ ଆଦାୟ କରିଛି ସିଏମସି ଏନଫୋର୍ସମେଣ୍ଟ ଟିମ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.