ETV Bharat / city

CMCର ପଞ୍ଚମ କାଉନସିଲ ବୈଠକ, କ୍ଷମତା ମାଗିଲେ କର୍ପୋରେଟର

କଟକ ମହାନଗର ନିଗମର ପଞ୍ଚମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉନ୍ନତି ମୂଳକ କାର୍ଯ୍ୟ କରାଯାଉଥିବା ବେଳେ କର୍ପୋରେଟରଙ୍କ ସହ ବିଚାରବିମର୍ଶ କରୁନଥିବା ନେଇ ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ

CMCର ପଞ୍ଚମ କାଉନସିଲ ବୈଠକ
CMCର ପଞ୍ଚମ କାଉନସିଲ ବୈଠକ
author img

By

Published : Aug 7, 2022, 2:14 PM IST

କଟକ: କଟକ ମହାନଗର ନିଗମ(Cuttack Municipal Corporation)ର ପଞ୍ଚମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଏମସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମେୟର,କମିଶନରଙ୍କ ସମେତ ୫୯ଟି ଯାକ ୱାର୍ଡର କର୍ପୋରେଟର ଉପସ୍ଥିତ ଥିଲେ ।

CMCର ପଞ୍ଚମ କାଉନସିଲ ବୈଠକ

ସୂଚନାଅନୁସାରେ, ବୈଠକରେ ସହରର ବିକାଶ ଓ ବ୍ୟବସ୍ଥା ସମ୍ପର୍କିତ ଏକାଧିକ ପ୍ରସ୍ତାବ କାଉନସିଲରଙ୍କ ଆଗରେ ଉପସ୍ଥାପନ କରାଯାଇଛି। ରାସ୍ତା ଘାଟ, ପଙ୍କ ଉଦ୍ଧାର, ଆଲୋକ ବ୍ୟବସ୍ଥା ଆଦି ବିଭିନ୍ନ ବିଷୟକୁ ନେଇ ବୈଠକରେ ଆଲୋଚନା ହୋଇଥିଲା । ନିଜ ନିଜ ୱାର୍ଡର ସମସ୍ୟା ସମ୍ପର୍କରେ ନିର୍ବାଚିତ ପ୍ରତିନିଧିମାନେ ମେୟର ଓ କମିଶନରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ପାର୍ବଣ ପୂର୍ବରୁ ବକେୟା କାର୍ଯ୍ୟ ଶେଷ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ବିଭାଗୀୟ ଅଧିକାରୀମାନେ ୱାର୍ଡ ଗସ୍ତ କରିବା ସମୟରେ ଓ ଉନ୍ନତି ମୂଳକ କାର୍ଯ୍ୟକୁ ଆଗେଇ ନେବା ବେଳେ କର୍ପୋରେଟରଙ୍କ ସହ ବିଚାର ବିମର୍ଶ କରୁନଥିବା ବିରୋଧୀ କର୍ପୋରେଟର ଅଭିଯୋଗ କରିଛନ୍ତି ।

ବିଜେପି କର୍ପୋରେଟର ଗୋପାଳ ବେହେରା ଅଭିଯୋଗ କରି କହିଛନ୍ତି ଯେ, "ଆମକୁ ଲୋକେ ନିର୍ବାଚିତ କରିଛନ୍ତି । ଆମର ଅଧିକାର ଅଛି ବିକାଶମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରିବା । କିନ୍ତୁ ଆମକୁ ସେହି ଅଧିକାର ଦିଆଯାଉ ନାହିଁ । ଆମ ପାଇଁ ଥିବା ପାଣ୍ଠିକୁ ଖର୍ଚ୍ଚ କରିବାକୁ ସ୍ୱାଧୀନତା ଦିଆଯାଉ ।"

ଆଲୋକୀକରଣ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାନଗଲେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି କର୍ପୋରେଟର। କେବଳ ସେତିକି ନୁହେଁ କର୍ପୋରେଟର ମାନଙ୍କୁ ଅଧିକ କ୍ଷମତା ଦିଆଯାଉ ଅର୍ଥାତ ସେମାନଙ୍କ ପାଇଁ ଥିବା ପାଣ୍ଠି କୁ ଖର୍ଚ୍ଚ କରିବାକୁ ସ୍ୱାଧୀନତା ଦିଆଯାଉ ବୋଲି ବିରୋଧୀ କର୍ପୋରେଟର ମାନେ ଦାବି କରିଛନ୍ତି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.