କଟକ : ସିଲଭରସିଟିରେ 822 ଜଣ ହକରଙ୍କ ମୁହଁରେ ହସ ଫୁଟାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ 6 ହଜାର ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ବର୍ଷା, ଖରା, ଶୀତ ଓ କାକରକୁ ଖାତିର ନକରି ନିଜର କର୍ତ୍ତବ୍ୟ ସମ୍ପାଦନ ଦିଗରେ ସର୍ବଦା ଆଗରେ ଥିବା ହକର ଦୀର୍ଘ ଦିନ ଧରି ଅସହାୟ ଅବସ୍ଥାରେ ରହିଥିଲେ ।
ବିଶେଷ କରି କୋଭିଡ ମହାମାରୀ ସମୟରେ ନିଷ୍ଠାପର କର୍ତ୍ତବ୍ୟ ଜାରି ରଖିଥିଲେ ହକର । ହେଲେ ଅନେକ ଗ୍ରାହକ ପେପର ବନ୍ଦ କରିବା ପରେ ସେମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିଥିଲା । ପରିବାର ଚଳାଇବା ପାଇଁ ମଧ୍ୟ ସକ୍ଷମ ନଥିଲେ ଏମାନେ । ଶେଷରେ ଆଜି(ଗୁରୁବାର) ମୁଖ୍ୟମନ୍ତ୍ରୀ ପଞ୍ଜିକୃତ ହକର ମାନଙ୍କୁ 6 ହଜାର ଲେଖାଏଁ ପ୍ରଦାନ କରି ସେମାନଙ୍କ ଜୀବନ ଶୈଳୀରେ କିଛିଟା ପରିବର୍ତ୍ତନ ଆଣିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ