ETV Bharat / city

ଆଜିଠୁ ୩୦ ଜିଲ୍ଲାରେ ହେବ କାଗଜ ବିହୀନ କୋର୍ଟ କାର୍ଯ୍ୟ, ଶୁଭାରମ୍ଭ କରିବେ CJI

author img

By

Published : Sep 17, 2022, 8:35 AM IST

ଆଜିଠୁ ୩୦ ଜିଲ୍ଲାରେ ହେବ କାଗଜ ବିହୀନ କୋର୍ଟ କାର୍ଯ୍ୟ । ଏହି ବ୍ୟବସ୍ଥାର ଶୁଭାରମ୍ଭ କରିବେ ପ୍ରଧାନ ବିଚାରପତି । ଅଧିକ ପଢନ୍ତୁ

ଆଜିଠୁ ୩୦ ଜିଲ୍ଲାରେ ହେବ କାଗଜ ବିହୀନ କୋର୍ଟ କାର୍ଯ୍ୟ, ଶୁଭାରମ୍ଭ କରିବେ CJI
ଆଜିଠୁ ୩୦ ଜିଲ୍ଲାରେ ହେବ କାଗଜ ବିହୀନ କୋର୍ଟ କାର୍ଯ୍ୟ, ଶୁଭାରମ୍ଭ କରିବେ CJI

କଟକ: ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ(CJI UU Lalit) ଶୁକ୍ରବାର ରାତିରେ ଆସି ଓଡ଼ିଶାରେ ପହଞ୍ଚିଛନ୍ତି । ଆଜିଠାରୁ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ କାଗଜ ବିହୀନ କୋର୍ଟ କାର୍ଯ୍ୟ ହେବ । ପ୍ରଧାନ ବିଚାରପତି ଆଜି ଦିନ ସାଢ଼େ ୯ ଟାରେ ଜୁଡିସିଆଲ ଏକାଡେମୀରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିବେ । ଯାହାଦ୍ବାରା କୋର୍ଟରେ ହେଉଥିବା ଫାଇଲ ବ୍ୟବସ୍ଥା ପେପରଲେସ ହୋଇ ଅନଲାଇନ ଜରିଆରେ ହବ । ଏହା ଫଳରେ ଲୋକେ ଘରି ବସି କୋର୍ଟରେ ଅଭିଯୋଗ କରିବା ସହିତ ଅନେକ ବ୍ୟବସ୍ଥାର ସୁବିଧା ନେଇପାରିବେ ।

ଏହାସହ ଓଡିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ବତନ୍ତ୍ର ପୋଷ୍ଟାଲ କଭର ପ୍ରକାଶିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼(Justice DY Chandrachud) ଓ ଜଷ୍ଟିସ ଏମ ଆର ଶାହା ମଧ୍ୟ ଯୋଗ ଦେବେ । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟ ସମସ୍ତ ବିଚାରପତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

ଏହାପରେ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ(CJI UU Lalit) କଟକ ସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବରେ(National Law University convocation ceremony) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏମ ଆର ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାବର୍ତ୍ତନ ଉତ୍ସବରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଓଡିଶା ଜାତୀୟ ଆଇନ ବିଶ୍ବବିଦ୍ୟାଳୟର କୁଳାଧିପତି ଜଷ୍ଟିସ ଡକ୍ଟର ଏସ ମୁରଲୀଧର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼(Justice DY Chandrachud) ଏହି ସମାବର୍ତ୍ତନ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେବେ ବୋଲି ଓଡିଶା ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ଓଡ଼ିଶାରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି, ଆଇନ ବିଶ୍ବ ବିଦ୍ୟାଳୟ ଜାତୀୟ ସମାବର୍ତ୍ତନ ଉତ୍ସବରେ ହେବେ ସାମିଲ

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ଗତକାଲି ରାତିରେ ଓଡିଶାରେ ପହଞ୍ଚି ଥିଲେ । ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । କହିରଖୁଛୁ କି, ଜଷ୍ଟିସ ଉଦୟ ଉମେଶ ଲଳିତ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇବା ପରେ ଏହା ତାଙ୍କ ପ୍ରଥମ ଓଡିଶା ଗସ୍ତ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.