ETV Bharat / city

ବୟସ୍କ-ଦିବ୍ୟାଙ୍ଗ ଟୀକାକରଣ ମାମଲା, ଆସନ୍ତା 7ରେ ପରବର୍ତ୍ତୀ ଶୁଣାଣି - ବୃଦ୍ଧ ଭିନ୍ନକ୍ଷମଙ୍କୁ ଘରେ ଟୀକାକରଣ

ବୟସ୍କ ଓ ଦିବ୍ୟାଙ୍ଗଙ୍କ ଘରେ ପହଞ୍ଚି ଟୀକାକରଣ ମାମଲା । ଏହି ମାମଲା ସହ କୋଭିଡ ମୃତ୍ୟୁ ଜନିତ ମାମଲାର ଶୁଣାଣି ସେପ୍ଟେମ୍ବର 7 ତାରିଖକୁ ଧାର୍ଯ୍ୟ କଲେ ହାଇକୋର୍ଟ । ଅଧିକ ପଢନ୍ତୁ...

ବୟସ୍କ-ଭିନ୍ନକ୍ଷମ ଟୀକାକରଣ ମାମଲା, ଆସନ୍ତା 7ରେ ପରବର୍ତ୍ତୀ ଶୁଣାଣି

author img

By

Published : Jul 28, 2021, 8:26 PM IST

କଟକ: ଜନସାଧାରଣଙ୍କୁ ନିଜ ଘର ନିକଟରେ ଏବଂ ବୟସ୍କ ଓ ଦିବ୍ୟାଙ୍ଗଙ୍କ ଘରେ ପହଞ୍ଚି ଟୀକାକରଣ ମାମଲା । ସେପ୍ଟେମ୍ବର 7 ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କଲେ ହାଇକୋର୍ଟ । ସେହିପରି ଗତ 2 ତାରିଖରେ ରାଜ୍ୟରେ ଟୀକାକରଣ ଓ କୋଭିଡ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ ହୋଇଥିଲା । ତେବେ ଏହି ସତ୍ୟପାଠରେ ସବିଶେଷ ତଥ୍ୟ ନ ଥିବାରୁ ସାନି ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାର ଶୁଣାଣି ମଧ୍ୟ ସେପ୍ଟେମ୍ବର 7କୁ ଧାର୍ଯ୍ୟ ହୋଇଛି ।

ଆସନ୍ତା ଅଗଷ୍ଟ 31 ସୁଦ୍ଧା ରାଜ୍ୟରେ ଟୀକାକରଣ ସ୍ଥିତି କ'ଣ ରହିଛି, ସେ ସମ୍ପର୍କରେ ରାଜ୍ୟ ସରକାର ସେପ୍ଟମ୍ବର 7 ତାରିଖ ପୂର୍ବରୁ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ନୟାଗଡ଼ ଜିଲ୍ଲା ସିଡିଏମଓଙ୍କ କୋଭିଡ ମୃତ୍ୟୁ ତଥ୍ୟ ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ତଥ୍ୟରେ ତାଳମେଳ ରହୁ ନଥିବା ଅଭିଯୋଗ ହୋଇଥିଲା । କୋଭିଡ ମୃତ୍ୟୁ ନେଇ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ସାନି ସଦ୍ୟ ସତ୍ୟପାଠ ଦାଖଲ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

କୋଭିଡ ମୃତ୍ୟୁ ତଥ୍ୟକୁ ନେଇ ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ପକ୍ଷରୁ ମାମଲା ରୁଜୁ ହୋଇଥିଲା ବେଳେ ସେହି ମାମଲାକୁ ହାଇକୋର୍ଟ ଖାରଜ କରିଥିଲେ । ସେଥିରେ ଆସିଥିବା ଅଭିଯୋଗ ଫର୍ଦ୍ଦକୁ ଅନ୍ୟ ମାମଲା ସହ ମିଶାଇ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ଼ ଟୀକାକରଣ ସମ୍ପର୍କିତ ମାମଲା ରୁଜୁ କରିଛନ୍ତି ହାଇକୋର୍ଟର ଆଇନଜୀବୀ ସୋହନ ମିଶ୍ର ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.