କଟକ: ବଢ଼ିଲା ବସ ଭଡା । ବଜାରରେ ଡିଜେଲର ଦର ବୃଦ୍ଧି ହେବା ପରେ ଗୁରୁବାର ବସ୍ ଭଡା ମଧ୍ୟ ବୃଦ୍ଧି ପାଇଛି । ଯାହାକୁ ନେଇ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ ।
ସାଧାରଣ ବସରେ କିଲୋମିଟର ପିଛା ୬୮ ପଇସା ଥିଲା । ଯାହାକି ଡିଜେଲ ଦର ବୃଦ୍ଧି ହେବା ପରେ ଏବେ 1 ପଇସା ବୃଦ୍ଧି ପାଇ ୬୯ ପଇସା ହୋଇଛି । ସେହିଭଳି ଏକ୍ସପ୍ରେସ ଭଡା ଥିଲା ୭୧ ପଇସା, ତାହା ମଧ୍ୟ ଏକ ପଇସା ବୃଦ୍ଧି ପାଇ ୭୨ ପଇସାରେ ପହଞ୍ଚିଛି ।
ଏହାଛଡା ଡିଲକ୍ସ ବସ କିଲୋମିଟର ପିଛା ଥିଲା ୯୭ ପଇସା, ଯାହା ଦୁଇ ପଇସା ବୃଦ୍ଧି ପାଇ ୯୯ ପଇସା ହୋଇଛି । ଏଥିସହ ଏସି ଡିଲକ୍ସ ୧ ଟଙ୍କା ଥିବାବେଳେ ଏହା ବୃଦ୍ଧି ହୋଇ ୧ଟଙ୍କା ୨୧ପଇସା ହୋଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ