ETV Bharat / city

ରେଭେନ୍ସା ଉଦ୍ଭିଦ ବିଜ୍ଞାନର ସଫଳ ପ୍ରୟାସ, ବିନା ମାଟିରେ ଫୁଟୁଛି ଭିନ୍ନ ପ୍ରଜାତିର ଫୁଲ - ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ସବୁଜ ଘର

ଚାଷ ପାଇଁ ଆଉ ଦରକାର ନାହିଁ ମାଟି । ବିନା ମାଟିରେ ଫୁଟିଛି ଫୁଲ ଆଉ ଫଳିବ ଫଳ । କେବଳ ପାଣିରେ ବଢିବ ଗଛ । ଅର୍ଥାତ ହାଇଡ୍ରୋପନିକ ଉପାୟରେ ହେଉଛି ସବୁକିଛି । ସବୁଜ ଘର ଭିତରେ ଏଭଳି ଏକ ପ୍ରକଳ୍ପର ପ୍ରୟାସ କରି ସଫଳ ହୋଇଛି ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ । ଯାହା ଏବେ ପାଲଟିଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ଦେଖନ୍ତୁ ଇଟିଭି ଭାରତର ଏହି ସ୍ପେଶାଲ ରିପୋର୍ଟ

ରେଭେନ୍ସା ଉଦ୍ଭିଦ ବିଜ୍ଞାନର ସଫଳ ପ୍ରୟାସ, ବିନା ମାଟିରେ ଫୁଟୁଛି ଭିନ୍ନ ପ୍ରଜାତିର ଫୁଲ

author img

By

Published : May 19, 2022, 9:52 PM IST

କଟକ: ଫୁଟିଛି ଭଳିକି ଭଳି କେତେ ପ୍ରଜାତିର ଫୁଲ । ରଜନୀଗନ୍ଧା, ଗେଣ୍ଡୁ, ଜାରବେରା, ପିଟୁନିଆରେ ଭର୍ତ୍ତି ହୋଇଛି ଛୋଟିଆ ସ୍ଥାନ । ଫଳରେ ଅତି ସୁନ୍ଦର, ଆକର୍ଷଣୀୟ ଫୁଲ ଗଛ ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ଶୋଭା ବର୍ଦ୍ଧନ କରୁଛି । ଏହି ବିଭାଗରେ ଥିବା ସବୁଜ ଘର ଭିତରେ ଏପରି ଆଧୁନିକ ପ୍ରଣାଳୀରେ ଚାଷ କରାଯାଉଛି । ବିନା ମାଟିରେ ଗଛ ଲାଗିଥିବା ବେଳେ କେବଳ ପାଣିରେ ବଞ୍ଚିଛି ଗଛ । ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସରଙ୍କ କହିବା ଅନୁଯାୟୀ ଓଡିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ମିଳିଥିବା ହାଇଡ୍ରୋପୋନିକ ପ୍ରକଳ୍ପର ଏହା ଅଂଶବିଶେଷ ।

ରେଭେନ୍ସା ଉଦ୍ଭିଦ ବିଜ୍ଞାନର ସଫଳ ପ୍ରୟାସ, ବିନା ମାଟିରେ ଫୁଟୁଛି ଭିନ୍ନ ପ୍ରଜାତିର ଫୁଲ

ମାଟିରୁ ପାଉଥିବା ସମସ୍ତ ପୃଷ୍ଟିସାର କୃତିମ ଭାବରେ ପାଣି ମାଧ୍ୟମରେ ପହଂଚାଯାଉଛି ଏହି ଗଛଗୁଡିକ ପାଖରେ । ଆଉ ବଞ୍ଚିବା ପାଇଁ ଆବଶ୍ୟକ ଥିବା PH, TDS, ECS ସ୍ତରକୁ ବି ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଉଛି । ଏହାଛଡା ସବୁଜ ଘରର ତାପ ନିୟନ୍ତ୍ରଣ କରିବା ସହ ବାୟୁର ଆଦ୍ରତାକୁ ମଧ୍ୟ ନିୟନ୍ତ୍ରଣ କରାଯାଇଛି । ସେଥିପାଇଁ ଉତ୍ପାଦନ ମଧ୍ୟ ବହୁତ ଅଧିକ ହେଉଛି । ସରକାରୀ ସ୍ତରରେ ମଧ୍ୟ ଏହି ପ୍ରକାର ଚାଷ ପାଇଁ ମିଳୁଛି ବହୁ ପ୍ରୋତ୍ସାହନ ସହିତ ସହାୟତା ରାଶି । ବିଦେଶରେ ତଥା ବିକଶିତ ଦେଶଗୁଡିକରେ ଏଭଳି କୃଷି ପ୍ରଣାଳୀକୁ ଅଧିକ ଭାବରେ ଆପଣେଉଛନ୍ତି ଚାଷୀ । ଖାଲି ଫୁଲ ନୁହେଁ ବରଂ ପନିପରିବା ଠାରୁ ଆରମ୍ଭ କରି ଫଳ ପର୍ଯ୍ୟନ୍ତ ସବୁକିଛି ଉତ୍ପାଦିତ ହୋଇପାରିବ ହାଇଡ୍ରୋପୋନିକ ପ୍ରଣାଳୀରେ ।

ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି ତଥା ସହରୀ ସଭ୍ୟତାର ଦ୍ରୁତ ବିକାଶ ପାଇଁ ଚାଷ ପାଇଁ ଜମିର ଅଭାବ ଦେଖାଗଲାଣି । ସେଥିପାଇଁ ପାଣିରେ ଚାଷକୁ ଆପଣେଇଲେଣି ଚାଷୀ । ଛାତ ଉପର ହେଉ ଅବା ହେଉ ବାଲକୋନି ଏଥର ବିନା ମାଟିରେ ଲାଗି ପାରିବ ଫୁଲଗଛ । କେବଳ ଫୁଲ ଗଛ ନୁହେଁ ଏହି ପ୍ରଣାଳୀରେ କରାଯାଇପାରିବ ପନିପରିବା ତଥା ଫଳ ଜାତୀୟ ଚାଷ । କାରଣ ଧୀରେ ଧୀରେ ଚାଷ ଜମିର ଉର୍ବରତା ବି କମିଲାଣି । ତେଣୁ ଏହି ହାଇଡ୍ରୋପୋନିକ ପଦ୍ଧତିରେ କିଭଳି ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ ଓ ଏହାର ଗୁଣାତ୍ମକ ମାନ କିଭଳି ଭଲ ହେବ ସେ ସବୁର ଗବେଷଣା ମଧ୍ୟ କରାଯାଉଛି ଏଠାରେ ।

ସାଧାରଣ ଚାଷ ଠାରୁ ଏହା ଅଧିକ ବ୍ୟୟ ସାପେକ୍ଷ ନିଶ୍ଚିତ, ମାତ୍ର ଏହି ଚାଷରେ ଚାଷୀ ଅଧିକ ଉତ୍ପାଦନ ପାଇ ହୋଇପାରିବା ସହ ବେଶ ଲାଭବାନ ହୋଇପାରିବେ ବୋଲି କହିଛନ୍ତି ଏଠାରେ ଅଧିକ ଗବେଷଣା କରୁଥିବା ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ । ଏହି କୃଷି ପ୍ରଣାଳୀ ବେଶ ଭଲ ହୋଇଥିବା ବେଳେ ଆବଶ୍ୟକ ଖର୍ଚ୍ଚର ପରିମାଣ ଅଧିକ ଥିବାରୁ ଏହା ଗ୍ରହଣୀୟ ହୋଇପାରୁନାହିଁ । ତେବେ ସରକାରୀ ସହାୟତା ଏବଂ ପ୍ରୋତ୍ସାହନ ଅଧିକ ମିଳିଲେ ଅଧିକ ସୁଦୂରପ୍ରସାରି ହେବା ସହ ଭାଗଚାଷୀ ଓ ଭୂମିହୀନ ଚାଷୀଙ୍କ ଆର୍ଥିକ ଅବସ୍ଥାକୁ ସୁଦୃଢ କରିପାରନ୍ତା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.