ETV Bharat / city

ପୂର୍ବ ଶତ୍ରୁତାରୁ ବୋମାମାଡ଼; ଜଣେ ଗିରଫ, 2 ଫେରାର - ଲାଲବାଗ ଥାନା

ପୂର୍ବ ଶତ୍ରୁତାକୁ ନେଇ ଡ଼ଗରପଡା ଅଞ୍ଚଳର ଗୋଲଖ ପରିଡାଙ୍କ ଘର ଉପରକୁ ବୋମାମାଡ ହୋଇଛି । ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି । ଏହା ସହିତ ବୋମାମାଡରେ ସମ୍ପୃକ୍ତି ନେଇ ଜଣେ ଗିରଫ ହୋଇଥିବା ବେଳେ ଅନ୍ୟ 2ଜଣ ଫେରାର ଅଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 21, 2019, 7:47 PM IST

କଟକ: ପୂର୍ବ ଶତ୍ରୁତାକୁ ନେଇ ଡ଼ଗରପଡା ଅଞ୍ଚଳରେ ବୋମାମାଡ଼ । ଗୋଲଖ ପରିଡାଙ୍କ ଘର ଉପରକୁ ବୋମାମାଡ ହୋଇଛି । ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି । ଖବର ପାଇ ଲାଲବାଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଗୋଟିଏ ଅଫୁଟା ବୋମା ଜବତ କରିଛି । ଏହାସହ ମୁଖ୍ୟ ଅଭିଯୁକ୍ତ ତଥା କୁଖ୍ୟାତ ଅପରାଧୀ ହାଡିଆ ପରିଡାକୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନା ଅନୁସାରେ, ଅଭିଯୁକ୍ତ ହାଡିଆର ଦାଦାପୁଅ ଭାଇ ଗୋଲଖ ସହ ପୂର୍ବରୁ ଶତ୍ରୁତା ଥିଲା । ଏଥିପାଇଁ ସେ ଗୋଲଖଙ୍କ ଘର ଉପରକୁ ବୋମାମାଡ କରିଥିଲା । ସେପଟେ ଏହି ଘଟଣାରେ ଫେରାର ଥିବା ଅନ୍ୟ 2 ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି । ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ପାରିବାରିକ ତଥା ପୂର୍ଵ ଶତୃତାକୁ ନେଇ ବୋମାମାଡ଼।କଟକ ଡ଼ଗରପଡା ଅଞ୍ଚଳରେ ଏକ ଘରଉପରେ ଆଜି 4 ଟି ବୋମାମାଡ଼ ହୋଇଛି।ଏଥିରେ କାହାର କୌଣସି କ୍ଷତି ଘଟିନଥିବା ବେଳେ,ବୋମାମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।ଖବର ପାଇ ଲାଲବାଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଗୋଟିଏ ଅଫୁଟା ବୋମା ଜବତ କରିଛି।ଏଥିସହ ମୁଖ୍ୟ ଅଭିଯୁକ୍ତ ତଥା କୁଖ୍ୟାତ ଅପରାଧି ହାଡିଆ ପରିଡା କୁ ଗିରଫ କରିଛି।ମିଳିଥିବା ସୂଚନା ଅନୁଯାୟୀ ନିଜ ଦାଦା ପୁଅ ଭାଇ ଗୋଲଖ ସହ ହାଡି଼ଆର ପୁର୍ବରୁ ଶତ୍ରୁତା ଲାଗି ରହିଥିଲା।ଏଥିପାଇଁ ସେ ଗୋଲଖଙ୍କ ଘର ଉପରକୁ ବୋମା ପିଙ୍ଗି ଥିଲା।ସେପଟେ ଏହି ଘଟଣାରେ ଫେରାର ଥିବା 2 ଜଣ ଅଭିଯୁକ୍ତ ଙ୍କୁ ଧରିବା ପାଈଁ ଉଦ୍ୟମ ଆରମ୍ଭ କରିଛି ପୋଲିସ।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.