ETV Bharat / city

ସ୍କୁଲରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

author img

By

Published : Apr 30, 2022, 11:43 AM IST

Updated : Apr 30, 2022, 2:19 PM IST

କଟକ ସଦର ଶଙ୍ଖତ୍ରାଶ ହାଇସ୍କୁଲ ପରିସରରୁ ପ୍ରେମୀଯୁଗଳଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

ସ୍କୁଲରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୃତଦେହ , ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ: ସ୍କୁଲ ପରିସରରେ ଝୁଲୁଛି ପ୍ରେମୀଯୁଗଳଙ୍କର ଝୁଲନ୍ତା ମୃତଦେହ । କଟକ ସଦର ଶଙ୍ଖତ୍ରାଶ ହାଇସ୍କୁଲ ପରିସରରେ ପ୍ରେମୀଯୁଗଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ଉଦ୍ଧାର କଲେ ସ୍ଥାନୀୟ ଲୋକେ । ମୃତକ ହେଉଛନ୍ତି ସୁମାଣ୍ଡି ଗ୍ରାମର ରାଜକିଶୋର ଭୋଇଙ୍କ ପୁଅ ରୁଦ୍ର ପ୍ରକାଶ ଭୋଇ ଏବଂ ଖଲରଦା ଗ୍ରାମର ଅଜୟ କୁମାର ବାରିକଙ୍କ ଝିଅ ସୋନାଲି ବାରିକ ।

ସ୍କୁଲରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ହତ୍ୟା ଅଭିଯୋଗ କରିଛନ୍ତି ଉଭୟଙ୍କ ପରିବାର ଲୋକେ । ପରିବାର ଲୋକଙ୍କ ଅନୁଯାୟୀ ଦୁହେଁଙ୍କ ହାତ ପଛ ପଟରୁ ବନ୍ଧା ହୋଇ ଥିବା ବେଳେ କିପରି ସେମାନେ ଆତ୍ମହତ୍ୟା କଲେ ବୋଲି ସନ୍ଦେହ କରିଛନ୍ତି । ଏଥିସହ ସ୍କୁଲରେ ପାଚେରୀ ଉଚ୍ଚ ଥିବା ସହ ମୁଖ୍ୟ ଫାଟକରେ ତାଲା ପଡିଥିଲା । ତେବେ ଏମାନେ ଭିତରକୁ ଗଲେ କିପରି ଓ ପାଖରେ ଥିବା ଟୁଲ କେଉଁଠୁ ଆସିଲା ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟପଟେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏନେଇ ସଦର ଥାନାକୁ ଅବଗତ କରାଇଛନ୍ତି ବୋଲି କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Apr 30, 2022, 2:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.