କଟକ: ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ । ଆଜି 12 ଘଣ୍ଟିଆ କଟକ ବନ୍ଦ ଡାକରା ଦେଇଛି ବିଜେପି । ସରକାରଙ୍କ ଦୁର୍ଗା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ଅଣଦେଖାକୁ ଆଧାର କରି ଏହି ବନ୍ଦ ଡାକରା ଦେଇଛି ଭାରତୀୟ ଜନତା ପାର୍ଟି । ଛକ ଛକରେ ହେବ ପିକେଟିଂ । ଏପଟେ ବନ୍ଦରେ ସମସ୍ତ ପୂଜା କମିଟି ସାମିଲ ହେବା ପାଇଁ ନିବେଦନ କରିଛନ୍ତି ବରିଷ୍ଠ ବିଜେପି ନେତା ସମୀର ଦେ ।
କେବଳ କଟକ ବନ୍ଦ ନୁହେଁ, ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ଚେତାବନୀ ଦେଇଛି । ସରକାର ଯଥା ଶୀଘ୍ର ନିଷ୍ପତ୍ତି ନେବା ପାଇଁ ଦାବି କରିଛି ଦଳ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ