କଟକ: ଅସ୍ଥାୟୀ ଘରେ ଚାଲିଛି କେନ୍ଦ୍ରୀୟ ବିଦ୍ୟାଳୟ । ଦୀର୍ଘ ବର୍ଷ ଧରି ଖପୁରିଆ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲୁଅଛି । ସେପଟେ ନୂଆ କ୍ୟାମ୍ପସ ପାଇଁ ନୂଆପଡାରେ ଜମି ଚିହ୍ନଟ ହୋଇସାରିଥିଲେ ମଧ୍ୟ ବିଲ୍ଡିଂ ନିର୍ମାଣରେ ବିଳମ୍ବିତ ହେଉଛି । ଯାହାକୁ ନେଇ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ରୀୟ ବିଦ୍ୟାଳୟ ବୁଲି ଦେଖିଛନ୍ତି ।
ଏହା ସହିତ ସେ, ପ୍ରସ୍ତାବିତ ଜମିକୁ ମଧ୍ୟ ପରିଦର୍ଶନ କରି ଅଭିଭାବକମାନଙ୍କ ସହ ଆଲୋଚନା କରିଛନ୍ତି । ତେବେ ଖୁବ ଏହି ନିର୍ମାଣ କାମ ଆରମ୍ଭ ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ସ୍ପଷ୍ଟ ହେବା ନେଇ କହିଛନ୍ତି ସାଂସଦ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ