କଟକ: ଅନୁଭବ ବର୍ଷାଙ୍କୁ ନେଇ ପୁଣି ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡ଼ିଓରେ ଉଭୟ ସ୍ବାମୀ ସ୍ତ୍ରୀ ପରସ୍ପରଙ୍କୁ ଆକ୍ଷେପ କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓଟି ଅନୁଭବ ବର୍ଷା ରହୁଥିବା କଟକ ନନ୍ଦିସାହି ବାସଭବନରେ ରେକର୍ଡ କରାଯାଇଥିବା କୁହାଯାଉଛି ।
ଏହି ଭିଡିଓଟି କେବେକାର ଏ ନେଇ ନିର୍ଦ୍ଦିଷ୍ଟ ଭାବେ ଜଣାପଡି ନଥିବାବେଳେ କିଛିଦିନ ତଳେ ଏହି ଭିଡ଼ିଓଟି ସୁଟ ହୋଇଥିବା କୁହାଯାଉଛି। ବର୍ଷା ମହିଳା କମିଶନଙ୍କୁ ଭେଟିବା ପରେ ଏହି ଭିଡିଓଟି ସୁଟ ହୋଇଥିବା ମଧ୍ୟ ଆଲୋଚନା ହେଉଛି । ସେପଟେ ଏନେଇ ଅନୁଭବ କିମ୍ବା ବର୍ଷାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ସୂଚନାଯୋଗ୍ୟ, ନିକଟରେ ମହିଳା କମିଶନରଙ୍କ ଦ୍ବାରସ୍ଥ ହୋଇଥିଲେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ପାରିବାରିକ କଳହକୁ ନେଇ ମହିଳା କମିଶନରଙ୍କ ଦ୍ବାରସ୍ଥ ହୋଇଥିବା ସନ୍ଦେହ କରାଯାଉଥିଲେ ହିଁ ବର୍ଷା ପ୍ରକୃତରେ କେଉଁ କାରଣରୁ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ସେନେଇ କୌଣସି ସଠିକ୍ ସୂଚନା ମିଳିପାରିନାହିଁ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ