ETV Bharat / city

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗ; ଓହରିବାକୁ ବାର କାଉନସିଲ ଅଫ ଇଣ୍ଡିଆର ନିର୍ଦ୍ଦେଶ - cuttack news

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ଆନ୍ଦୋଳନରୁ ଓହରିବା ପାଇଁ ସମସ୍ତ ବାରକୁ ନିର୍ଦ୍ଦେଶ ଦେଇଛି ବାର କାଉନସିଲ ଅଫ ଇଣ୍ଡିଆ। ଜରୁରୀ ବୈଠକ ଡାକି ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ସମସ୍ତ ବାରକୁ, ବାର କାଉନସିଲ ଅଫ ଇଣ୍ଡିଆ ନିର୍ଦ୍ଦେଶ ଦେଇଛି।

ଫାଇଲ ଫଟୋ
author img

By

Published : Oct 29, 2019, 7:17 PM IST

କଟକ: କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିବା ପାଇଁ ସମସ୍ତ ବାରକୁ ନିର୍ଦ୍ଦେଶ । ଏନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ଆନ୍ଦୋଳନରୁ ଓହରିବା ପାଇଁ ସମସ୍ତ ବାରକୁ ନିର୍ଦ୍ଦେଶ ଦେଲା ବାର କାଉନସିଲ ଅଫ ଇଣ୍ଡିଆ। ଜରୁରୀ ବୈଠକ ଡାକି ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ସମସ୍ତ ବାରକୁ, ବାର କାଉନସିଲ ଅଫ ଇଣ୍ଡିଆ ନିର୍ଦ୍ଦେଶ ଦେଇଛି।

ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବାର କାଉନସିଲ ଅଫ ଇଣ୍ଡିଆ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। ତେବେ ଏହାକୁ ପାଳନ କରାନଗଲେ ତାମିଲନାଡୁ ଢାଞ୍ଚାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାର କାଉନସିଲ ଅଫ ଇଣ୍ଡିଆ ଚେତାବନୀ ଦେଇଛି। ଏନେଇ ହାଇକୋର୍ଟ ବାର ସମେତ 68ଟି ବାର ଆସୋସିଏସନକୁ ଚିଠି ମାଧ୍ୟମରେ ଜଣାଯାଇଛି।

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗ; ଓହରିବାକୁ ବାର କାଉନସିଲ ଅଫ ଇଣ୍ଡିଆର ନିର୍ଦ୍ଦେଶ

ଆସନ୍ତା ନଭେମ୍ବର 3 ତାରିଖ ସୁଦ୍ଧା ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିବା ସହ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ। ହାଇକୋର୍ଟ ବାର ଓ ଷ୍ଟେଟ ବାର କାଉନସିଲ ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ନଭେମ୍ବର 8 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଇନଜୀବୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଙ୍କ କଡା ଆଭିମୁଖ୍ୟ ପରେ ଆନ୍ଦୋଳନରୁ ଓହରିବାପାଇଁ ସମସ୍ତ ବାର ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ବାର କାଉନସିଲ ଅଫ ଇଣ୍ଡିଆ।ଜରୁରୀ ବୈଠକ ଡାକି ଏ ସମ୍ପର୍କରେ ନିଷ୍ପତି ନେବାକୁ ସମସ୍ତ ବାର କୁ ବାର କାଉନସିଲ ଅଫ ଇଣ୍ଡିଆ ନିର୍ଦ୍ଧେଶ ଦେଇଛନ୍ତି।ସାଧାରଣ ଲାକଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ବାର କାଉନସିଲ ଅଫ ଇଣ୍ଡିଆ ଏଭଳି ନିଷ୍ପତି ନେଇଥିବା ଜଣା ପଡ଼ିଛି।ସବୁଠାରୁ ବଡ଼ କଥା ହେଉଛି , ଏହି ନିଷ୍ପତି ପାଳନ କରାନଗଲେ ତାମିଲନାଡୁ ଢାଞ୍ଚାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାର କାଉନସିଲ ଅଫ ଇଣ୍ଡିଆ ଚେତାବନୀ ଦେଇଛି ଏନେଇ ହାଇକୋର୍ଟ ବାର ସମେତ ୬୮ ଟି ବାର ଆସୋସିଏସନ ଙ୍କୁ ଚିଠି ମାଧ୍ୟମରେ ଜଣାଯାଇଛି।ଆସନ୍ତା ନଭେମ୍ବର ୩ ତାରିଖ ସୁଦ୍ଧା ନିଷ୍ପତି ନେବାକୁ ନିର୍ଦ୍ଧେଶ ଦିଆଯାଇଛି।
ସୂଚନାଯୋଗ୍ୟ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ କ୍ଷୋବ ପ୍ରକାଶ କରିବା ସହ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ।ହାଇକୋର୍ଟ ବାର ଓ ଷ୍ଟେଟ ବାର କାଉନସିଲ ଅଧ୍ୟକ୍ଷ ଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଧେଶ ଦେଇଥିଲେ।ଆସନ୍ତା ନଭେମ୍ବର ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.