ETV Bharat / city

OFS ଅଧିକାରୀଙ୍କ ମୃତ୍ୟୁ ମାମଲାରେ ପତ୍ନୀଙ୍କୁ ଦାୟୀ କଲେ ପରିବାର ଲୋକେ

ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା । ଘଟଣାରେ ପତ୍ନୀଙ୍କୁ ଦାୟୀ କଲେ ମୃତକଙ୍କ ପରିବାର ଲୋକେ । ଅଧିକ ପଢନ୍ତୁ...

ସୌମ୍ୟରଞ୍ଜନଙ୍କ ମୃତ୍ୟୁ ନେଇ ପତ୍ନୀଙ୍କୁ ଦାୟୀ କଲେ ପରିବାର ଲୋକେ

author img

By

Published : Jul 13, 2021, 4:07 PM IST

କଟକ: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ । ପୁଅର ମୃତ୍ୟୁ ପଛରେ ବୋହୂର ଭୂମିକା ଥିବା ନେଇ ଅଭିଯୋଗ କଲେ ସୌମ୍ୟଙ୍କ ପରିବାର ଲୋକେ । ଗତକାଲି(ସୋମବାର) ରାତି 9ଟା ସମୟରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ଉଭୟ ପତିପତ୍ନୀ ରହୁଥିବା ବେଳେ ସୌମ୍ୟ ନିଆଁରେ ପୋଡ଼ି ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପାରଳାଖେମୁଣ୍ଡି ମେଡିକାଲ ଓ ପରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି(ମଙ୍ଗଳବାର) ସକାଳ ପ୍ରାୟ ସାଢ଼େ 8ଟାରେ ତାଙ୍କର ମୃତ୍ୟୁ ଘଟିଥିଲା ।

OFS ଅଧିକାରୀଙ୍କ ମୃତ୍ୟୁ ମାମଲାରେ ପତ୍ନୀଙ୍କୁ ଦାୟୀ କଲେ ପରିବାର ଲୋକେ
ନିଆଁ ଲାଗିବା ଯୋଗୁଁ ସୌମ୍ୟଙ୍କ ଶରୀରର ୮୦ ପ୍ରତିଶତ ପୋଡି ଯାଇଥିଲା । 31 ବର୍ଷ ବୟସ୍କ ଯୁବ OFS ଅଧିକାରୀ ସୌମ୍ୟଙ୍କ ବାହାଘର ଗତ ଜାନୁଆରୀ 1 ତାରିଖରେ ହୋଇଥିଲା । ତେବେ ପତ୍ନୀ ବିଦ୍ୟାଶ୍ରୀଙ୍କ ସହିତ ତାଙ୍କର ମନମାଳିନ୍ୟ ଥିଲା । ଏଣୁ ସୌମ୍ୟଙ୍କ ମୃତ୍ୟୁ ପାଇଁ ପତ୍ନୀ ବିଦ୍ୟାଶ୍ରୀ ହିଁ ଦାୟୀ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି । ପାରଳାଖେମୁଣ୍ଡି ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ କଟକ ମର୍କତନଗର ପୋଲିସ ମଧ୍ୟ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.